ବିଜେପିକୁ ବିଜୟ ଫେରିବାରେ କିଛି ପଡିବନି ଫରକ

ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ବରିଷ୍ଠ ନେତାମାନେ ବିଜୟଙ୍କ ଘରକୁ ଯାଇ ବିଜୟଙ୍କୁ ଦଳକୁ ଫେରାଇ ଆଣିଛନ୍ତି । ଦଳକୁ ଆସିବା ପରେ ବିଜେପିରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆଉ ବିଜୟ ଆସିବା ପରେ ବିଜୁଙ୍କ ଗଡ କେନ୍ଦ୍ରାପଡାରେ ରାଜନୈତିକ ସମୀକରଣ ବଦଳିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ କରି ଉପକୂଳ ଓଡିଶାରେ ପଦ୍ଣ ଫାଇଦାରେ ରହିବ ନା ବିଜେଡି ତାର ସ୍ଥିତି ବଜାୟ ରଖିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଭୁଲିଲେ ପୁରୁଣା ରାଗ ବୈରାଗ୍ୟ । ଏଥର ହାତ ଧରାଧରି ହୋଇ ପୁଣି ମିଶିଗଲେ । ୩ ମାସ ତଳେ ଯେଉଁ ଦଳକୁ ବାଏ ବାଏ କରିଥିଲେ ଏବେ ଫେରି ଆସିଲେ। ଆଜି ବିଜୟ ମହାପାତ୍ରଙ୍କୁ ପୁଣି ପାଛୋଟି ନେଲା ବିଜେପି। ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟ କାର୍ୟ୍ୟାଳୟରେ ପାଦ ପକାଉନଥିଲେ ବିଜୟ । କିନ୍ତୁ ଆଜି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବରିଷ୍ଠ ନେତାଏ ବିଜୟଙ୍କ ବାସଭବନକୁ ଯାଇ ତାଙ୍କୁ ଦଳକୁ ଫେରାଇ ନେଇଛନ୍ତି । ମିଳିମିଶି ଗୋଟିଏ ମଞ୍ଚରେ ପାର୍ଟି କାର୍ୟ୍ୟ ଆରମ୍ଭ କରିଥିଲେ ।

ବିଜେପିକୁ ବିଜୟ ମହାପାତ୍ର ଫେରିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଏମିତି ଚର୍ଚ୍ଚା । ଉପକୂଳ ଓଡିଶାରେ ପଦ୍ମ ଫୁଟିବ ବୋଲି ଆକଳନ କରୁଛି ବିଜେପି । ବିଜୟ ଯଦି ସିଧା ନିର୍ବାଚନ ମଇଦାନକୁ ଓହ୍ଲାଇବେ ତେବେ ଏଥିରେ ଦଳର ଫାଇଦା ହେବ ବୋଲି କହୁଛି ବିଜେପି । ସେପଟେ କିନ୍ତୁ ବିଜୟ ମହାକାଳପଡା କିମ୍ବା ପାଟକୁରାରୁ ଲଢିବେ ତାକୁ ନେଇ ଚାଲିଛି ଚର୍ଚ୍ଚା । ବିଜେଡି କହିଛି କିଛି ପ୍ରଭାବ ପଡିବନି । ଅତନୁ ସବ୍ୟସାଚୀ ନାଏକ କହିଛନ୍ତି ବିଜୟ ୩ ଥର ହାରିଛନ୍ତି ଆଉ ଏଥର ବି ସେୟା ହେବ। ମହାକାଳପଡାରେ ବିଜେଡି ହିଁ ଜିତିବ ।

Share

Leave a Reply

Your email address will not be published. Required fields are marked *

two × four =