କଦଳୀ ଚୋପାକୁ ରାତି ସାରା ନିଜ ଏହି ଅଙ୍ଗରେ ଲଗାନ୍ତୁ, କମାଲ …

କଦଳୀ ତ ଆମେ ସମସ୍ତେ ଖାଇଥାଉ,ଏହା ଅତ୍ୟନ୍ତ ସୁଆଦିଆ ହୋଇଥାଏ। ଏଥିରୁ ପ୍ରଚୁର ଶକ୍ତି ମିଳିଥାଏ। ଏପରି କେହି ବ୍ୟକ୍ତି ନଥିବେ ଯିଏ କଦଳୀ ଖାଇବାକୁ ଭଲ ପାଉନଥିବେ। ଏହା ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ଖାସ୍ କରି ଯେଉଁ ଲୋକମାନେ ପତଳା ଥାଆନ୍ତି ତାଙ୍କ ସ୍ବାସ୍ଥ୍ୟ ପାଇଁ କଦଳୀ ଅଧିକ ଲାଭଦାୟକ ହୋଇଥାଏ।

କଦଳୀରେ ଭିଟାମିନ୍ ବି୬ ଏବଂ ଖଣିଜଲବଣ ଭରି ରହିଥାଏ। ଏହା ଅତ୍ୟନ୍ତ ସାଧାରଣ ଦେଖାଯାଉଥିଲେ ମଧ୍ୟ ଅତ୍ୟଧିକ ଲାଭଦାୟକ ହୋଇଥାଏ। କେବଳ କଦଳୀ ନୁହେଁ ଏହାର ଚୋପା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ମୁହଁରେ ବ୍ରଣ ହୋଇଥାଏ ତେବେ ସପ୍ତାହକୁ ୩ଥର ନିଜ ତ୍ବଚାରେ କଦଳୀ ଚୋପାକୁ ହାଲୁକାଭାବେ ଘଷନ୍ତୁ। ଏହା ଦ୍ବାରା ବ୍ରଣ ଭଲ ହୋଇଯାଇଥାଏ।

କଦଳୀ ଚୋପା ସ୍କିନ୍ କନସ୍ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଆମ ପୂରା ଶରୀରର ଭାର ଗୋଡ଼ ନେଇଥାଏ। ଏଥିପାଇଁ ପାଦ ତଳ ଏବଂ ଗୋଇଠିର ତ୍ବଚା ଟାଣ ହୋଇଯାଇଥାଏ। ବେଳେବେଳେ ତ୍ବଚା ଏପରି ଶକ୍ତ ହୋଇଯାଇଥାଏ ଯେ ସେଥିରେ ଗାତ ସୃଷ୍ଟି ହୋଇଥାଏ। ଏବଂ ଯନ୍ତ୍ରଣା ହୋଇଥାଏ।

ଏପରି କ୍ଷେତ୍ରରେ କଦଳୀ ଚୋପାକୁ ସେହି ସ୍ଥାନରେ ଲଗାଇ ସେଲୋଟେପ୍ ମାରି ଏହା ଉପରେ ମୋଜା ପିନ୍ଧି ଦିଅନ୍ତୁ। ରାତିସାରା ସେହିପରି ଛାଡ଼ିଦିଅନ୍ତୁ। କିଛି ଦିନ ଏପରି କଲେ ଆପଣଙ୍କ ତ୍ବଚା ମୁଲାୟମ ହେବ। ଏବଂ ଯନ୍ତ୍ରଣା ମଧ୍ୟ କମିଯିବ।

Share

Leave a Reply

Your email address will not be published. Required fields are marked *

fifteen − eleven =