ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ –
ଲକ୍ଷ୍ୟ ପୂରଣ ସକାଶେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହଁ । ଜମିଜମା, ସ୍ତ୍ରୀ / ସ୍ବାମୀଙ୍କ ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାକୁ ଚିନ୍ତିତ ରହିବେ । କୌଣସି ବିବାଦୀୟ ବିଷୟକୁ ନେଇ ପାଖ ପଡୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
ବୃଷ –
ସକାଳୁ ସକାଳୁ ଘରେ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ। ଯେତେ ଅନୁନୟ ତଥା ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ। ପରିସ୍ଥିତିବଶତଃ କାମ ଚାପାରେ ନିଜକୁ ଆଡଜଷ୍ଟ କରିବେ।
ମିଥୁନ –
ଉପସ୍ଥିତ ବୁଦ୍ଧି ଓ ପ୍ରୟୋଗାମତ୍କ କୌଶଳ ମାଧ୍ୟମରେ ପ୍ରତ୍ୟେକ କାମରେ ସଫଳତା ଅବଶ୍ୟ ପାଇବେ । କଳେ ବଳେ କୈାଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସିତ ହେବେ। ସହକର୍ମୀମାନଙ୍କ ସାହାଯ୍ୟ ବିନା କାମଟିକୁ ହାସଲ କରିବା କଷ୍ଟକର ହେବ ।
କର୍କଟ –
ଦୀର୍ଘଦିନ ହେଲା ଆଦୈା ଭଲ ପଡୁନଥିବା ବ୍ୟକ୍ତିଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। କର୍ମକ୍ଷେତ୍ର କିମ୍ବା ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ।
ସି˚ହ –
ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ କିନ୍ତୁ ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । ପରିସ୍ଥିତି ବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ସଭାସମିତିରେ ସମ୍ମାନିତ ହେବେ।
କନ୍ୟା –
ପାଖରେ ଥିବା ଲୋକଟି ଆପଣଙ୍କ ସକାଶେ ବହୁତ ଉପକାରରେ ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ କିନ୍ତୁ ଆଶାନୁରୂପ ହେବନାହିଁ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିପାରନ୍ତି।
ତୁଳା –
ନିଜର ଭୁଲ୍‌ ବୁଝାମଣାରୁ ଆକସ୍ମିକ ଭାବରେ ପାରିବାରିକ କଳହର ସମ୍ଭାବନା ରହିଁଛି । ଆଜି କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ଗୃହ ସଜ୍ଜାରେ ମନୋନିବେଶ କରିବା ସହ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ସଫଳତା ମିଳିବା ସଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ଫଳପ୍ରଦ ହେବ ।
ବିଛା –
ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ । ବହୁତ ଦିନର ଆଶା ପୂରଣ ହେବା ସହ କୈାଣସି ନୂତନ କାମରେ ବନ୍ଧୁ ମାନେ ସହେଯାଗର ହାତ ବଢାଇବେ। ପରିସ୍ଥିତିରେ ପଡି ଅନାବଶ୍ୟକ ଭାବରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ । ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବା ପଛରେ ପାରିବାରିକ ମତାନ୍ତରହିଁ ମୁଖ୍ୟ କାରଣ ହେବ ।
ଧନୁ –
ଦିନର ଅଧିକାଂଶ ସମୟ ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । କୈାଣସି ବିବାଦୀୟ ପରିସ୍ଥିତିରେ ଆପଣଙ୍କର ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି।
ମକର –
ଆପଣ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାର ସମ୍ଭାବନା ରହିଛି।
କୁମ୍ଭ –
ସତର୍କତା ଅଭାବରୁ ହଠାତ୍‌ କଳହ, ପ୍ରତିହିଂସା, ବାଦବିବାଦ, ଧନହାନି ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନ –
ଆଜିର କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଆନୁଷ୍ଠାନିକ କାମ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ। ବୃଥା ତର୍କ ଓ ବିବାଦରେ ପଶିବା ସହ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହେବାର ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

eleven − one =