ଆୟୁଷ୍ମାନ’ ଯୋଜନା ପାଇଁ ସଚିବାଳୟରେ ବୈଠକ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ୟ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । ଏଭଳି ଯୋଜନା ନେଇ ଆହୁରି ୨ ରୁ ୩ ରାଉଣ୍ଡ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି ଯାହା ଆଜି ଆୟୁଷ୍ମାନ ଭାରତ ସିଇଓଙ୍କୁ ଅବଗତ କରାଇଛୁ ।

ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାକୁ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ କାର୍ୟ୍ୟକାରୀ କରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ୍ ଯୋଜନାଠାରୁ ଏହା ଅଧିକ ଭଲ ବୋଲି ଯୁକ୍ତି ଦର୍ଶାଇ ରାଜ୍ୟ ସରକାର ଏହାକୁ କାର୍ୟ୍ୟକାରୀ କରିନାହାନ୍ତି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

ସେପଟେ ଆୟୂୁଷ୍ମାନ ଯୋଜନା ଳାଗୁ ପାଇଁ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୁଷଣ କହିଛନ୍ତି । ଓଡିଶାରେ ଏହି ଯୋଜନା ଲାଗୁ ହେବା ନେଇ ସେ ଆଶାବାଦୀ ଅଛନ୍ତି । ଯୋଜନା ପାଇଁ ରାଜ୍ୟ ସରକାରଙ୍କ କିଛି ସର୍ତ ରହିଛି । ସର୍ତ ଉପରେ ଆଲୋଚନା ଚାଲିଥିବା ଇନ୍ଦୁ ଭୁଷଣ କହିଛନ୍ତି । ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ଓଡିଶାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି ।

Share

Leave a Reply

Your email address will not be published. Required fields are marked *

four × four =