ବିମାନ ସର୍ଚ୍ଚ ଅପରେସନରେ ଇସ୍ରୋ ସ୍ୟାଟେଲାଇଟ୍‌

ନୂଆଦିଲ୍ଲୀ()  ନିଖୋଜ ହୋଇଯାଇଥିବା ବାୟୁସେନା ଏଏନ୍-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର ସନ୍ଧାନ କରିବା ପାଇଁ ଇସ୍ରୋ ପକ୍ଷରୁ ସ୍ୟାଟେଲାଇଟ୍ ମୁତୟନ କରାଯାଇଛି। ତଥାପି ରିପୋର୍ଟ ଲେଖା ହେବା ଯାଏ ସ୍ୟାଟେଲାଇଟ୍ ମଧ୍ୟ ନିଖୋଜ ବିମାନକୁ ଠାବ କରିପାରି ନାହିଁ।

ଅନ୍ୟପଟେ ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଅରୁଣାଚଳ ପ୍ରଦେଶରୁ ନିଖୋଜ ହେବାର ୨୪ ଘଣ୍ଟା ଟପି ଯାଇଥିଲେ ମଧ୍ୟ ଏଯାବତ୍ ଏହାର ସନ୍ଧାନ ମିଳିପାରି ନାହିଁ। ବାୟୁସେନା ପକ୍ଷରୁ ଗୋଟିଏ ଲେଖାଏଁ ସି-୧୩୦ ଜେ ଓ ଏଏନ-୩୨ ବିମାନ ଏବଂ ଦୁଇଟି ଏମଆଇ-୧୭ ଚୋପର ମୁତୟନ କରାଯାଇଛି । ଏଥିସହ ସ୍ଥଳସେନା ପକ୍ଷରୁ ମଧ୍ୟ ହାଲୁକା ଲଢୁଆ ହେଲିକପ୍ଟର ସର୍ଚ୍ଚ ଅପରେସନରେ ନିୟୋଜିତ କରାଯାଇଛି ।

ସୋମବାର ମଧ୍ୟାହ୍ନ ୧୨.୧୫ରେ ରୁଷ ନିର୍ମିତ ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଆସାମର ଜୋରହାଟରୁ ମେଚୁକା ଯିବାକୁ ସାଧାରଣତଃ ୫୦ ମିନିଟ୍ ଲାଗିଥାଏ। ଯେହେତୁ ଏହା ୪୫ ମିନିଟ୍ ପର୍ୟ୍ୟନ୍ତ ଯୋଗାଯୋଗରେ ଥିଲା, ତେଣୁ ବିମାନଟି ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳ ଅର୍ଥାତ ଚାଇନା ସୀମାରୁ ହିଁ ନିଖୋଜ ହୋଇଯାଇଥିଲା।

Share

Leave a Reply

Your email address will not be published. Required fields are marked *

nineteen − five =