ପିଏମ କିଷାନରେ ଓଡିଶା ସାମିଲ

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ସାମିଲ ହେବ ଓଡିଶା । ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ପିଏମ କୃଷକ ଯୋଜନାରେ ରାଜ୍ୟର ପ୍ରାୟ 90 ପ୍ରତିଶତ ଚାଷୀ ଉପକୃତ ହେବେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର କେନ୍ଦ୍ରୀୟ ସହାୟତା ମିଳିବ । ପିଏମ କିଷାନ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଓ କାଳିଆ ହିତାଧିକାରୀ ଚୟନ ପ୍ରକ୍ରିୟା ସମାନ । ତେଣୁ କେନ୍ଦ୍ରକୁ ଖୁବଶୀଘ୍ର ତାଲିକା ଦିଆଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + fourteen =