ଅଗଷ୍ଟ ୨ ହେବ ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ()  ଅଗଷ୍ଟ ୨ରୁ ମୁକ୍ତ କୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି । ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମଧ୍ୟସ୍ଥି କମିଟି ଜୁଲାଇ ୩୧ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଚାର ପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ମଧ୍ୟସ୍ଥି କମିଟିର ରିପୋର୍ଟ ସନ୍ତୋଷଜନକ ନହେବ ତାହାଲେ ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରତିଦିନ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ସୁପ୍ରିମକୋର୍ଟ ଜୁଲାଇ ୨୫ରୁ ପ୍ରତିଦିନ ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ସେ ଏହାକୁ ବଢ଼ାଇ ଅଗଷ୍ଟ ୨ ତାରିଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 17 =