ଏଣିକି ୧୦୦ ନମ୍ବରକୁ ଫୋନ କଲେ ମିଳିବ ରକ୍ତ

ଭୁବନେଶ୍ୱର() ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ, ଟ୍ୱିଟର ବା ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ଅର୍ଥାତ୍ ଆପଣଙ୍କ ବ୍ଲଡ ଗ୍ରୁପ୍ ନଥିଲେ ଆପଣଙ୍କୁ ତୁରନ୍ତ ଡୋନର ଯୋଗାଇ ଦେବ ପୋଲିସ । ଏହିଭଳି ସୁବିଧା ଆଜିଠାରୁ ସୁନ୍ଦରଗଡ ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି ।

ଆଜି ଏନେଇ ସୁନ୍ଦରଗଡ ରିଜର୍ଭ ହସ୍ପିଟାଲରେ ଏକ ରକ୍ତଦାନ ଶିବିର ଆୟୋଜନ କାରଯାଇଥିଲା ଏହି ରକ୍ତଦାନ ଶିବିରରେ ଜିଲ୍ଲପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରା ରକ୍ତଦାନ କରିଥିଲେ । ଏହାପରେ ଜିଲ୍ଲା ପୋଲିସର ପାଖାପାଖି ୬୦ରୁ ଅଧିକ ଅଧିକାରୀ ରକ୍ତଦାନ କରିଛନ୍ତି । ଜିଲ୍ଲା ପୋଲିସ ୮୫୦ କର୍ମଚାରୀଙ୍କ ଏକ ଡାଟାବେଶ ତିଆରି କାରଯାଇଛି । ଏହି କର୍ମଚାରୀମାନେ ଫୋନ ପାଇଲା କ୍ଷଣି ଲୋକଙ୍କୁ ସେବା ପ୍ରଦାନ କରିବା ଆଗେଇ ଆସିବେ । ମୋ ସରକାର ତରଫରୁ ଏହିଭଳି ଏକ ଯୋଜାନ ପ୍ରଥମ କରି ସୁନ୍ଦରଗଡ ଜିଲ୍ଲାରେ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − six =