ବଦଳିବେ ପୁଲିସ ଡିଜି

ଭୁବନେଶ୍ବର()  ବଦଳିବେ ରାଜ୍ୟ ପୋଲିସ ଡିଜି ।ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହେବେ । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ରେସରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ବର୍ତମାନର ଡିଜି ପୋଷ୍ଟରେ ଅଧିଷ୍ଠିତ ହେବେ ।

ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତଙ୍କ ସଦସ୍ୟ ଭାବେ ମନୋନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ ବଳାଇଛନ୍ତି । ଏପରିକି ଗତ କାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଡ. ଶର୍ମାଙ୍କ ନାମ ଉପରେ ମଧ୍ୟ ମୋହର ବାଜି ସାରିଛି ।ପୋଲିସ ଡିଜି ସ୍ବେଚ୍ଚାକୃତ ଅବସର ନେଇ ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ପଦବୀରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଧିଷ୍ଠିତ ହେବେ । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ତିନି ଜଣ ଆଇପିଏସ ଅଫିସଙ୍କ ନାମ ଲୋକ ସେବା ଆୟୋଗଙ୍କୁ ସୁପାରିସ କରିବେ । ସେ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ମହର ବାଜିବ ।

Share

Leave a Reply

Your email address will not be published. Required fields are marked *

12 − three =