ଭାରତର ୬୦କୋଟି ଲୋକ ପ୍ରଭାବିତ ହେବେ

ଭୁବନେଶ୍ବର (ନି.ପ୍ର.): ପାଣିପାଗରେ ଯେଭଳି ଲଗାତର ପରିବର୍ତ୍ତନ ହେଉଛି, ତାକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ଅନେକ ପ୍ରକାରର ଆଶଙ୍କା କରାଯାଇଛି । ପାଣିପାଗର ଏହି ପରିବର୍ତ୍ତନରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଛି । ପାଣୀପାଗର ଅନିୟମିତତା ଭାବେ ପରିବର୍ତ୍ତନ ଯୋଗୁଁ ୨୦୫୦ବେଳକୁ ଭାରତର ଘରୋଇ ଉତ୍ପାଦନ(ଜିଡିପି) ୨.୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । କେବଳ ସେତିକି ନୁହେଁ, ଏଥିରେ  ଦେଶର ୬୦କୋଟି ଲୋକଙ୍କ ଜୀବନ ଶୈଳୀ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।

ଏହାଛଡା ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ଦେଶର ଆର୍ôଥକ ଖର୍ଚ୍ଚ ୧୦ ପ୍ରତିଶତ ହ୍ରାସ ପାଇପାରେ । ବିଶ୍ୱବ୍ୟାଙ୍କର ଏହି ଅଧ୍ୟୟନ ଅନୁସାରେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ତାପମାତ୍ରା ଓ ବର୍ଷାରେ ଆସିଥିବା ପରିବର୍ତ୍ତନ ବିଶ୍ୱ ଉପରେ ଅନେକ ପରିବର୍ତ୍ତନ ଆସିବ । ଗ୍ଲୋବାଲ ୱାର୍ମିଂକୁ ୨ଡିଗ୍ରୀ ପର୍ଯ୍ୟନ୍ତ ନିୟନ୍ତ୍ରିତ କରିବା ପାଇଁ ଭାରତର ଜିଡିପି ମଧ୍ୟ ୨ପ୍ରତିଶତ ତଳକୁ ଖସିବ । ପରିଣାମ ସ୍ୱରୁପ ୨୦୫୦ ବେଳକୁ ଭାରତର ଜିଡିପି ୨.୮ପ୍ରତିଶତ ତଳକୁ ଖସିବ । ଯାହା ଫଳରେ ଭାରତକୁ ୭୫,୦୦୦ଅରବ କୋଟିରୁ ଅଧିକ ଟଙ୍କା କ୍ଷତି ହେବ ।

ଗ୍ଲୋବାଲ ୱାର୍ମିଂ ଯୋଗୁ ଭାରତର କ୍ଷତି ପରିମାଣ ରାଜ୍ୟ ୱାରୀ ଦେଖିଲେ ଛତିଶଗଡ, ଓଡିଶା ଓ ମଧ୍ୟପ୍ରଦେଶର ଲୋକମାନଙ୍କର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିବ । ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ସବୁଠାରୁ ଅଧିକ ବିପଦ ଦେଖାଦେବ । ୨୦୫୦ ବେଳକୁ ବିଦର୍ଭର ଲୋକମାନଙ୍କ ଜୀବନଶୈଳୀରେ ୧୧ ପ୍ରତିଶତ ତଳକୁ ଖସିବ । ପାଣିପାଗ ପରିବର୍ତ୍ତନ ଯୋଗୁଁ କୃଷି, ଉତ୍‍ପାଦନ, ସ୍ବାସ୍ଥ୍ୟ, ଦାଦନ ସମସ୍ୟା ଆହୁରି ବୃଦ୍ଧି ପାଇବ । ଏହାର ପ୍ରଭାବରେ ଗରିବୀ ଓ ମୃତ୍ୟୁହାର ଆହୁରି ଅଧିକ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Share

Leave a Reply

Your email address will not be published. Required fields are marked *

eight − one =