ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ

କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ବଡ଼ାଲ ପଞ୍ଚାୟତ ୫,୭ ଓ ୮ ନଂ ବୁଥ୍କୁ ରିଗିଂ କରିବାକୁ ଉଦ୍ୟମ କରୁଥିବାବେଳେ ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲେ । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏହି ଘଟଣା ଗୋଡ଼ିଗୋଦର ପୋଲିସ କଡ଼ା ପଦକ୍ଷପ ଗ୍ରହଣ କରିଛି। ୮ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସମସ୍ତ ଆକ୍ରାମଣକାରୀ ଅଡ଼ାଲ ଗାଁ ବୋଲି ଜଣାପଡିଛି। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଆକ୍ରମଣକାରୀଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଚଲାଇଛି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ନିକୁଞ୍ଜ ସ୍ବାଇଁ, ସୁବାସ ମାଝୀ, ଉତ୍ତମ ଭୂଜବଳ, ବିଦ୍ୟାଧର ସ୍ବାଇଁ, ଅଜୟ ବରିସଳ, ବ୍ରଜବନ୍ଧୁ ସ୍ବାଇଁ ରହିଛନ୍ତି।
ସୂଚନା ମୁତାବିକ, କଣାସ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ ଶୀକାର ହୋଇଥିଲେ। ଆକ୍ରାମଣରେ ନ୍ୟୁଜ-୭ ଭୁବନେଶ୍ୱର ଅଫିସ ରିପୋର୍ଟର ସରୋଜ ମଲ୍ଲିକ, କ୍ୟାମେରାମ୍ୟାନ ରବି ଶଙ୍କର ତ୍ରିପାଠି, ନ୍ୟୁଜ-୧୮ର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ୱାଇଁ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ବୁମ୍, ମାଇକ ରିସିଭର ଛଡ଼ାଇନେବା ସହ କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି । ଜଣେ ମହିଳା ୨ଟି ଭିଡିଓ କ୍ୟାମେରା ଛଡ଼ାଇନେଇ ଭାଙ୍ଗିଦେଇଥିଲେ । ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଇ ଗଡ଼ିଶାଗୋଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ଗିରଫ ଦାବିରେ ସେମାନେ ଧାରଣାରେ ବସିରହିଥିଲେ । ଅକ୍ତିରିତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ଭୋଟ ଗ୍ରହଣ କେନ୍ଦ୍ରରୁ ଭୋଟ ବାକ୍ସ ସବୁ ବ୍ଲକ ଅଫିସରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସାମ୍ବାଦିକମାନେ ଧାରଣାରୁ ଉଠିଥିଲେ । ଆଜି ସାମ୍ବାଦିକ ଆକ୍ରାମଣ ଘଟଣାରେ ୮ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବା ଗୋଡ଼ିଶାଗୋଦା ପୋଲିସ ସଫଳ ହୋଇଛି। ଏଥିସହିତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

1 × three =