ଆହ୍ଲାବାଦକୁ ଆଉ ଗୋଟିଏ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର() ଭଦ୍ରକ ମାର୍ଗ ଦେଇ ବିଶାଖାପାଟଣା ଓ ଆହ୍ଲାବାଦ (ସୁବେଦାରଗଞ୍ଜ) କୁ ସ୍ୱତନ୍ତ୍ର ଟ୍ରେନ୍ । ଯାତ୍ରୀ ଭିଡ ଏଡାଇବାକୁ ଅଧିକ ବର୍ଥ ସୃଷ୍ଟି କରିବା ପାଇଁ ପ୍ରୟାସ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ରେ ପ୍ରତୀକ୍ଷା ସୂଚୀ ପରିବର୍ତ୍ତେ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ୍ରେ ଟିକେଟ୍ ବୁକ୍ କରିପାରିବେ ।

ଯାତ୍ରୀ ଭିଡକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବ ତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ଦେଶର ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ଚ ଳାଚଳ କରାଯାଉଥିବା ବେଳେ ଅଧିକ ବର୍ଥ ସୃଷ୍ଟି କରି ଯାତ୍ରୀମାନଙ୍କୁ ଯାତ୍ରାରେ ସହାୟତା କରିଆସୁଛି । ଏଥର ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ମାର୍ଗ ଦେଇ ବିଶାଖାପାଟଣା ଓ ସୁବେଦାରଗଞ୍ଜ (ଆହ୍ଲାବାଦ) ଷ୍ଟେସନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ବ୍ ୟବସ୍ଥା କରାଯାଇଅଛି ।

ସୁବେଦାରଗଞ୍ଜ , ଆହ୍ଲାବାଦ ଠାରୁ ମାତ୍ର ୧୫ ମିନିଟ୍ ର ରାସ୍ତା ଏବଂ ଆହ୍ଲାବାଦର ପରବର୍ତ୍ତୀ ଷ୍ଟେସନ୍ । ୮୨୮୫୧/୮୨୮୫୨ ବିଶାଖାପାଟଣା – ସୁବେଦାରଗଞ୍ଜ (ଆହ୍ଲାବାଦ) ସୁବିଧା ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ମାସ ୨୬ ତାରିଖ ଠାରୁ ଡିସେମ୍ବର ମାସ ୧୦ ତାରିଖ ମଧ୍ୟରେ ବିଶାଖାପାଟଣା ଠାରୁ ପ୍ରତି ମଙ୍ଗଳବାର ରାତ୍ର ୧୧ଘ. ୫୦ ମି. ରେ ଛାଡୁଥିବା ବେଳେ ଏହା ନଭେମ୍ବର ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୧୨ ତାରିଖ ମଧ୍ୟରେ ସୁବେଦାରଗଞ୍ଜ ଠାରୁ ପ୍ରତି ଗୁରୁବାର ଅପରାହ୍ମ ୩ ଘ. ୩୦ମି. ରେ ବିଶାଖାପାଟଣା ଯାତ୍ରା କରିବ ।

Share

Leave a Reply

Your email address will not be published. Required fields are marked *

5 × five =