ବଢିଲା ଚିଦାମ୍ବରମଙ୍କ ରିମାଣ୍ଡର ଅବଧି

ନୂଆଦିଲ୍ଲୀ()  ବଢିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ରିମାଣ୍ଡର ଅବଧି । ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ୟ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ନାଟକୀୟ ଢଙ୍ଗରେ ପି. ଚିଦାମ୍ୱରମଙ୍କୁ ଗିରଫ କରିଥିଲା ସିବିଆଇ। ମନମୋହନ ସିଂହଙ୍କ ଦ୍ୱିତୀୟ ସରକାରରେ ଅର୍ଥମନ୍ତ୍ରୀ ଥିବା ବେଳେ ଚିଦାମ୍ୱମରମ୍ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କ ମାଧ୍ୟମରେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ବେଆଇନ ଭାବରେ ଅନୁମତି ଦେଇଥିଲେ।

ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଶହ ଶହ କୋଟି ଟଙ୍କାର ଲାଭବାନ ହୋଇଥିଲେ ବୋଲି ସିବିଆଇ ପ୍ରମାଣ ପାଇଛି। ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣୀ ମୁଖାର୍ଜୀ ରାଜସାକ୍ଷୀ ଭାବରେ କୋର୍ଟରେ ବୟାନ ଦେବା ପରେ ଚିଦାମ୍ୱରମ୍ ମନ୍ତ୍ରୀ ଥିବା ବେଳେ ତାଙ୍କ ପଦର ଅପବ୍ୟବହାର କରିଥିଲେ ବୋଲି ଜଣାପଡ଼ିଥିଲା।

Share

Leave a Reply

Your email address will not be published. Required fields are marked *

eight − 8 =