ରଥ ନିର୍ମାଣ ନେଇ ଅନୁମତି

ପୁରୀରେ ରଥ ନିର୍ମାଣ ନେଇ ହଟିଲା ସସପେନ୍ସ । ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ନିର୍ମାଣ ହୋଇ ପାରିବ ରଥ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଯାତ୍ରା ନିଷ୍ପତ୍ତି ହେବ କି ନାହିଁ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ହାତରେ ଛାଡ଼ିଛନ୍ତି କେନ୍ଦ୍ର ସରକାର । କରୋନା ଓ ତୃତୀୟ ପର୍ଯ୍ୟାୟ ଲକଡାଉନ୍ କଟକଣା ଯୋଗୁ ରଥ ନିର୍ମାଣ ନେଇ ସସପେନ୍ସ ଲାଗି ରହିଥିଲା । କୌଣସି ଧାର୍ମିକ କାର୍ଯ୍ୟ ଉପରେ ଲାଗିଥିଲା କଟକଣା । ଫଳରେ ଗତ ୪ ତାରିଖରେ ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଆଲୋଚନା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

1 × three =