ବଢିଲା ଆୟକର ଭରିବା ତାରିଖ

କରୋନା ଭାଇରସ କାରଣରୁ ଜାରି ହୋଇଥିବା ଲକ ଡାଉନ କାରଣରୁ ପୂର୍ବରୁ ହିଁ କେନ୍ଦ୍ର ସରକାର ଆୟକର ଦାଖଲ ଅବଧି ବଢ଼ାଇ ଦେଇଥିଲେ । ଏବେ କେନ୍ଦ୍ର ସରକାର ବର୍ତ୍ତମାନ ସ୍ଥିତିରେ ଆୟକର ଦାଖଲ, ଜିଏସଟି, କଷ୍ଟମ ଓ ଏକ୍ସସାଇଜ ଡ୍ୟୁଟି ରିଟର୍ନ ଭରିବା ତରିକାକୁ କିଛିଟା ହାଲୁକା କରିବା ପାଇଁ ଏକ ଅର୍ଦ୍ଧାଦେଶ ଜାରି କରିଛନ୍ତି ।ଏଥିରେ ଆୟକର ଭରିବା ତାରିଖ ବଢିବା ସମେତ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ଅର୍ଦ୍ଧାଦେଶକୁ ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ଲାଗି ସାରିଛି । ଏଥିରେ ପିଏମ କେୟାର୍ସ ଫଣ୍ଡକୁ ଦିଆ ଯାଉଥିବା ଦାନକୁ ଶତ ପ୍ରତିଶତ କର ମୁକ୍ତ ରଖାଯିବ ନେଇ ଦର୍ଶାଯାଇଛି ।

ଏହା ସହ ରିହାତି ଆୟର ଦଶ ପ୍ରତିଶତ ନହେଉଥିବା ଦେୟକୁ କର ମୁକ୍ତ ରଖାଯାଇ ଥିବା ଦର୍ଶାଯାଇଛି । ୨୦୧୮-୧୯ ବର୍ଷ ପାଇଁ ଆୟକର ଦାଖଲ ସମେତ ଆଧାର -ପ୍ୟାନ ଲିଙ୍କ ସମୟ ସୀମା ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ପାଇଁ ଦିଆଯାଉଥିବା ଏକସଶାଇଜ ରିଟର୍ନ ଶେଷ ତାରିଖକୁ ମଧ୍ୟ ଜୁନ ୩୦ ତାରିଖ ଯାଏଁ ଘୁଞ୍ଚାଯାଇଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ଏବାବଦରେ ଏକ ପ୍ରେସ ମିଟରେ କହିଛନ୍ତି । ଏହା ବାଦ ସରକାର ଅନ୍ୟନ ପ୍ରତ୍ୟକ୍ଷ କର ଦାଖଲ ସମୟ ସୀମାକୁ ମଧ୍ୟ ବଢ଼ାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + one =