ସୁନା କିଣିବା ସ୍ଵପ୍ନ, ୧୦ଗ୍ରାମକୁ ୧ଲକ୍ଷ

ଭାରତରେ ୧୦ ଗ୍ରାମ ସୁନାର ଦାମ୍ ୩୯,୯୭୦ ଥିବା ବେଳେ ପାକିସ୍ତାନରେ ୯୦,୦୦୦ ରହିଛି। ପାକିସ୍ତାନରେ ପରିବାପତ୍ର ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ଏବେ ସୁନାର ମୂଲ୍ୟ ବୃଦ୍ଧି ହୋଇଛି।

ଭାରତରେ ତୁଳନାରେ ପାକିସ୍ତାନରେ ଦୁଇଗୁଣା ରହିଛି। ସଙ୍ଘ ସରାଫ ଜ୍ଵେଲର୍ସ ଆଶୋସିଏସନର କହିବା ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ବୃଦ୍ଧି ହେବାରୁ ଘରୋଇ ସ୍ତରରେ ସୁନାର ଦାମ୍ ବୃଦ୍ଧି ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଏହା ୧ଲକ୍ଷ ପାର୍ ହୋଇ ପାରେ ବୋଲି ଅନୁମାନ କରାଯାଉଛି।

ପାକିସ୍ତାନରେ ଏବେ ସୁନା କିଣିବା ସାଦାରଣ ଲୋକଙ୍କ ପାଇଁ ସମ୍ଭବ ନୁହେଁ। କାରଣ ସାଧାରଣ ଲୋକଙ୍କ ପକ୍ଷେ ପ୍ରତିଦିନର ଖର୍ଚ୍ଚ ତୁଲାଇବା ଅସମ୍ଭବ। ସେହି ସମୟରେ ପାକିସ୍ତାନର ସ୍ଥିତିର ଅନିୟମିତତା ନେଇ ବିଦେଶୀମାନେ ନିବେଶ କରିବାକୁ ପଛଘୁଞ୍ଚା ଦେଉଛନ୍ତି।

Share

Leave a Reply

Your email address will not be published. Required fields are marked *

5 × two =