ଓଏନଜିସିରେ ଭୟାବହ ଅଗ୍ନିକାଣ୍ଡ,୭ ମୃତ

ମୁମ୍ବାଇ()   ମୁମ୍ବାଇର ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନଜିସି) ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ୟୁରାନ୍ ରୁରାଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଏହି ଅଗ୍ନିକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟକୁ ଆସୁଥିବା ଏଲ୍ପିଜି ଗ୍ୟାସକୁ ଗୁଜରାଟ ହାଜିରା ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯାଇଛି। ପ୍ଲାଣ୍ଟ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି। ଘଟଣାସ୍ଥଳରେ ଦମକଳବାହୀନିର ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛି । ଦମକଳ ବାହିନୀ ବ୍ୟତୀତ ଓଏନଜିସି ଟିମ ମଧ୍ୟ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ଲାଣ୍ଟରେ ମହଜୁଦ ଏଲପିଜି ଗ୍ୟାସ ଯୋଗୁଁ ନିଆଁବଢ଼ିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

three × five =