୨୪  ବିଧାୟକଙ୍କୁ ମିଳିବ ଶ୍ରେଷ୍ଠ ବିଧାୟକ ସମ୍ମାନ

ଭୁବନେଶ୍ୱର: ଅଗଷ୍ଟ ମାସ ୨୪ ତାରିଖରେ ରାଜ୍ୟର ମୋଟ ୨୪ ଜଣ ବିଧାୟକଙ୍କୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯିବ। ବିଧାନସଭା ପକ୍ଷରୁ ୮ ବର୍ଷର ଶ୍ରେଷ୍ଠ ବିଧାୟକ ସମ୍ମାନ ଏକକାଳୀନ ପ୍ରଦାନ କରାଯିବ।ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ଓ ବର୍ତ୍ତମାନର ବିଧାୟକମାନଙ୍କୁ ସେମାନଙ୍କ ଉଲ୍ଳେଖନୀୟ କାର୍ଯ୍ୟ ଓ ଯୋଗଦାନ ପାଇଁ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ, ୮ ବର୍ଷର ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସମ୍ମାନିତ କରାଯିବ।୨୪ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁ ଚରଣ ଦାସ , ଅରୁଣ କୁମାର ସାହୁ , ପ୍ରଭାତ କୁମାର ବିଶ୍ୱାଳ, ପ୍ରଫୁଲ୍ଲ ମାଝୀ , ଅମର ପ୍ରସାଦ ଶତପଥୀ , ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମ୍ମାନିତ ହେବେ।ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ, ବିମ୍ବାଧର କୁଅଁର , ନିତ୍ୟାନନ୍ଦ ପ୍ରଧାନ, ଉମେଶ ଚନ୍ଦ୍ର ସ୍ୱାଇଁ , ବିକ୍ରମ କେଶରୀ ବର୍ମା , ରାଜେନ୍ଦ୍ର ଢୋଲକିଆ , ସୁରେନ୍ଦ୍ରନାଥ ପରମାଣିକ  ଓ ଚକ୍ରଧର ପାଇକ ସମ୍ମାନିତ ହେବେ।ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ସଞ୍ଜୟ ଦାସବର୍ମା, ପ୍ରୀତିରଞ୍ଜନ ଘଡ଼େଇ, ସମୀର ରଞ୍ଜନ ଦାଶ , ପ୍ରଶାନ୍ତ କୁମାର ମୁଦୁଲି , ବିଜୟ କୁମାର ମହାନ୍ତି , ରାସେଶ୍ୱରୀ ପାଣିଗ୍ରାହୀ , ଦିବ୍ୟଶଙ୍କର ମିଶ୍ର  ଓ ପ୍ରଦୀପ ପୁରୋହିତ  ସମ୍ମାନିତ ହେବେ ା

 

Share

Leave a Reply

Your email address will not be published. Required fields are marked *

four × one =