ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ଇସଲାମାବାଦ ହାଇକୋର୍ଟକୁ ହାଜିରା ପାଇଁ ଯାଇଥିବା ବେଳେ ତାଙ୍କୁ ପାକ୍ ରେଞ୍ଜର୍ସ ଗିରଫ କରିଛନ୍ତି। ଇମ୍ରାନଙ୍କ ଦଳ ‘ପିଟିଆଇ’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ତାଙ୍କୁ କେଉଁ ମାମଲାରେ ଗିରଫ ରଖାଯାଇଛି, ତାହା ଜଣାପଡିନାହିଁ । ଗତ କିଛି ଦିନ ଧରି ସେ ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ବୟାନବାଜି କରୁଥିଲେ ।

ଇମ୍ରାନ ଖାନଙ୍କ ପାର୍ଟି ନେତ୍ରୀ ମୁସରତ ଖେମା ଟ୍ୱିଟ୍ କରି ଦାବି କରିଛନ୍ତି ଯେ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କ ସହ ମାରପିଟ୍ କରୁଛନ୍ତି। ପିଟିଆଇ ଟ୍ୱିଟ୍ କରିଥିବା ଏକ ଭିଡିଓରେ ଇମ୍ରାନ ଖାନଙ୍କ ଓକିଲ ଆହତ ହୋଇଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

2 × 5 =