ଗିରଫ ହେଲେ ବିଧାୟକ ସରୋଜ ମେହେର

ପାଟଣାଗଡ()   ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୋଲିସ । ପାଟଣାଗଡ ଥାନାରୁ ପାଟଣାଗଡ ଏଡିଜେ କୋର୍ଟକୁ ଗଲେ ବିଧାୟକ ସରୋଜ ମେହେର । ଜେଇଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେଠାରେ ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିଥିଲେ ବିଧାୟକ କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଏଡିଜେ ଖାରଜ କରିଛନ୍ତି । ଆସନ୍ତା ୧ ତାରିଖରେ ପରବର୍ତ୍ତୀ ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି ।

ଆଜି ସକାଳୁ ବିଧାୟକଙ୍କୁ ନୂଆପଡା ଖଡିଆଳରୁ ଆଣି ବଲାଙ୍ଗିରରେ ଜେରା କରୁଥିଲା ପୋଲିସ । ବଲାଙ୍ଗିରର ଏକ ଅଜଣା ସ୍ଥାନରେ ପାଟଣାଗଡ ବିଧାୟକଙ୍କୁ ଜେରା ଚାଲିଥିବା ସୂଚନା ମିଳିଥିଲା । ତେବେ ପରେ ତାଙ୍କୁ ପାଟଣାଗଡ ଥାନାକୁ ଆଣିଥିଲା ପୋଲିସ । ସେଠାରେ ତାଙ୍କୁ ଗିରଫ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × one =