ବଢିବ ଖରା , ରହିବ ଘନ କୁହୁଡି

ଭୁବନେଶ୍ୱର() ଆହୁରି ୩ ଦିନ ପର୍ୟ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ଜାରି ରହିବ । ଏ ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିବାଗ କେନ୍ଦ୍ର । ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ ।
ଅନ୍ୟପଟେ ଆଜିଠାରୁ ଶୀତ କମିବା ସହ ଓଡିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢିବ । ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢିବ । କେଉଁଠି ୨ ଡିଗ୍ରୀ ବଢିବ ତ ଆଉ କେଉଁଠି ୫ ଡିଗ୍ରି ବୃଦ୍ଧି ପାଇବ ।
ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୋଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Share

Leave a Reply

Your email address will not be published. Required fields are marked *

five − 5 =