5ନୂଆ ଆଇଏଏସଙ୍କୁ କର୍ପୋରେଟ ଅଭିଜ୍ଞତା ପାଇଁ ସୁଯୋଗ

ଭୁବନେଶ୍ବର () ଆଇଏଏସ ସ୍ତରରେ ଅଦଳବଦଳ । ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅବକାରୀ ସଚିବ ତଥା ବାଣିଜ୍ୟ କର ଅତିରିକ୍ତ କମିଶନର ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇବା ପରେ ସୁରେନ୍ଦ୍ର କୁମାରଙ୍କୁ ଏହି ଦାୟିତ୍ବ ମିଳିଛି । କେନ୍ଦ୍ରରୁ ଡେପୁଟେସନରେ ଫେରିବା ପରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମଫେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

ସେହିଭଳି କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ଅନ୍ୟଜଣେ ଆଇଏଏସ ଅଫିସର ପି.ଅନଭେସା ରେଡ୍ଡୀଙ୍କୁ ଓଡିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚ ଆଇଏସ ଅଫିସର ପାଟିଲ ଆଶିଷ ଇଶ୍ବର ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ଫେରିବା ପରେ ତାଙ୍କୁ ଗ୍ରିଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ଦିବାକର ଟି.ଏସ. ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତାଙ୍କୁ ଓକାକର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । 2017 ବ୍ୟାଚର ହେମକାନ୍ତ ସାଏ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଓଡିଶା ପର୍ଯ୍ୟଟନ ନିଗମର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶ ଭାବେ ଅବସ୍ଥାପିତ କରାଯାଇଛି । ପ୍ରଥମ ଥର ପାଇଁ 5ଜଣ ନୂଆ ଆଇଏଏସ ଅଫିସରଙ୍କୁ କର୍ପୋରେଟ ଅଭିଜ୍ଞତା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରେ ଅବସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 3 =