ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଅପରାହ୍ନ ୫ଟାରେ ମୋହନା ମିନି ଷ୍ଟାଡିୟମ ହେଲିପାଡ୍‌ରେ ପହଞ୍ଚିଥିଲେ । ଏହାପରେ ସରକାରଙ୍କ ପରିକଳ୍ପନାରେ ଥିବା ବ୍ରହ୍ମପୁର ଜୟପୁର ବିଜୁ ଏକ୍ସପ୍ରେସୱେର ଅନୁଧ୍ୟାନ କରିଥିଲେ । ଅପରାହ୍ନ ସାଢେ ୫ଟାରେ ହେଲିକପ୍ଟର ଯୋଗେ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିସରରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ ।

ସେଠାରୁ ଗଜପତି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସଂସ୍ଥା, ଓ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏଥିସହ ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ପତ୍ର ଗ୍ରହଣ କରିବେ । ଏହାପରେ ଚନ୍ଦ୍ରଗିରି ତିବତିୟ ବଙ୍ଗଳାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳ ୬ଟା ପରେ ପୁଣି ଜିରାଙ୍ଗ ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ତିବତୀୟ କମ୍ୟୁନିଟି ସହ ଆଲୋଚନା କରିବେ ।

ସକାଳ ୮ଟାରେ କାର ଯୋଗେ ଛେଳିଗଡ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବେ । ସେଠାରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏହାପରେ ପୂର୍ବାହ୍ନ ସାଢେ ୯ଟାରେ ପୁଣି ଜିରାଙ୍ଗ ବୌଦ୍ଧ ମନ୍ଦିର ହେଲିପ୍ୟାଡ୍‌କୁ ଫେରି ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ଗୁମ୍ମା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

3 × four =