ଲାଞ୍ଚ ନେବା ଭିଡିଓ ଭାଇରାଲ୍, ନିଲମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ

କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଭିଡିଓ ଭାଇରାଲ୍ ଘଟଣାରେ କାର୍ୟ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ବୈପାରୀଗୁଡା ବ୍ଲକ୍ ମାଠପୋଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ।ଖେଳ ପଡିଆ କାମର ବିଲ୍ କରିବା ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ହୋଇଥିଲା । ମାଠପୋଡା ପଞ୍ଚାୟତରେ କାର୍ୟ୍ୟରତ ଯନ୍ତ୍ରୀ ଜଣଙ୍କ ମୂଷାପଦର ଗ୍ରାମର ଜଣେ ଠିକାଦାରଙ୍କୁ ମୂଷାପଦର ଗ୍ରାମରେ ଖେଳ ପଡିଆ ବିଲ୍ ପାସ୍ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । କିନ୍ତୁ ଠିକାଦାର ୫ ହଜାର ଟଙ୍କା ଦେଇଥିଲେ । ଭିଡିଓରେ ଯନ୍ତ୍ରୀ ଜଣଙ୍କ ଏତେ କମ୍ କ’ଣ ଆଉ ୫ ହଜାର କାଲି ଦେବ ବୋଲି କହୁଥିଲେ ।

Share

Leave a Reply

Your email address will not be published. Required fields are marked *

12 + six =