ସାତୋଟି ବ୍ୟାଙ୍କ୍‌ ଆକାଉଣ୍ଟ ଓ ୬ଟି ପଲିସି

ବ୍ରହ୍ମପୁର() ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)। ରାଜ୍ୟର ବିଭିନ୍ନ ସହରରେ ଭିଜିଲାନ୍ସ ଏସ୍‌ଆଇଟି ଯାଞ୍ଚ ଜାରି ରଖିଛି। ବ୍ରହ୍ମପୁରରେ ସୋମବାରଠାରୁ ଏସ୍‌ଆଇଟି ପହଞ୍ଚି ଅଭୟକାନ୍ତ ପାଠକ, ତାଙ୍କ ସମ୍ପର୍କୀୟ ଓ ପୁଅ ଝିଅଙ୍କ ନାମରେ ବ୍ରହ୍ମପୁରରେ କେତେ ସମ୍ପତ୍ତି ରହିଛି ତାହାର ଆକଳନ ଜାରି ରଖିଛି ଏସ୍‌ଆଇଟି ବହୁ କାଗଜପତ୍ର ପାଇଥିବା ଜଣାପଡ଼ିଛି ।

ଅଭୟକାନ୍ତ ୨୦୦୪ରୁ ୨୦୦୭ ଡିଏଫ୍‌ଓ ବ୍ରହ୍ମପୁର ଓ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଓଏଫ୍‌ଡିସି ବ୍ରହ୍ମପୁରରେ ଜେନେରାଲ୍‌ ମ୍ୟାନେଜର ଥିଲେ। ଏହି ସମୟରେ କେଉଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା ଏବଂ ଏଥିରେ କିଛି ଆର୍ଥିକ ହେରଫେର ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ଏସ୍‌ଆଇଟି। ଆଇଏଫ୍‌ଏସ୍‌ ପାଠକ ବ୍ରହ୍ମପୁରରେ ଯେଉଁ ସମୟରେ ବ୍ରହ୍ମପୁର ଡିଏଫ୍‌ଓ ଥିଲେ ଏବଂ ଯେଉଁ ସମୟରେ ଓଏଫ୍‌ଡିସି ମ୍ୟାନେଜର ଥିଲେ ସେହି ସମୟର କାଗଜପତ୍ର ଅଫିସକୁ ମଗାଯାଇଥିଲା । ଡିଏଫ୍‌ଓ ଅଫିସରୁ ସମସ୍ତ କାଗଜପତ୍ର ମିଳିଛି । ଓଏଫ୍‌ଡିସି ଅଫିସରୁ କାଗଜପତ୍ର ମିଳିପାରି ନାହିଁ । ଡିଏଫ୍‌ଓ ଅଫିସରୁ ଯେଉଁ କାଗଜପତ୍ର ମିଳିଛି ତାହା ତର୍ଜମା କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏଏସ୍‌ପି ଶାନ୍ତନୁ କୁମାର ପାଢ଼ି । ଏସ୍‌ଆଇଟି ଟିମ୍‌ ତଦନ୍ତ ଜାରି ରଖିଛି ଏବଂ ବହୁ ତଥ୍ୟ ହସ୍ତଗତ ହୋଇଥିବା ସେ ପ୍ରକାଶ କରିବା ସହ ସାତୋଟି ବ୍ୟାଙ୍କ୍‌ ଆକାଉଣ୍ଟ ଓ ୬ଟି ପଲିସି ପାଠକ ପରିବାର ନାମରେ ଥିବା ସେ କହିଛନ୍ତି ।

ବ୍ରହ୍ମପୁରରେ ବିଭିନ୍ନ ବ୍ୟାଙ୍କ୍‌ରେ ଆକାଶ ପାଠକଙ୍କ ନାମରେ ଚାରୋଟି, ୨ଟି ଆଇଏଫ୍‌ସ ଅଭୟକାନ୍ତଙ୍କ ଝିଅ ନାମରେ ଓ ଗୋଟିଏ ଅଭୟକାନ୍ତଙ୍କ ନାମରେ ରହିଛି । ମେଡିକାଲ ଶାଖା ଏସ୍‌ବିଆଇରେ ଚାରୋଟି ବ୍ୟାଙ୍କ ଅକାଉଣ୍ଟ ରହିଛି। ଗୋଟିଏ ଅଭୟକାନ୍ତ ଓ ଗୋଟିଏ ତାଙ୍କ ଝିଅ ନାମରେ ଥିବାବେଳେ ୨ଟି ଆକାଶ ପାଠକଙ୍କ ନାମରେ ରହିଛି।ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ୍‌ରେ ତିନୋଟି ଆକାଉଣ୍ଟ ଆକାଶ ପାଠକଙ୍କ ନାମରେ ରହିିଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ବୀମା କମ୍ପାନିରେ ୬ଟି ପଲିସି ହୋଇଥିବା ଜଣାପଡ଼ିଛି । ଗୋଟିଏ ଅଭୟକାନ୍ତ, ଗୋଟିଏ ଝିଅ ଓ ଅ।।ଉ ଚାରୋଟି ଆକାଶ ପାଠକଙ୍କ ନାମରେ ରହିଥିବା ଏସ୍‌ଆଇଟି ତଦନ୍ତ ବେଳେ ଜଣାଯାଇଇଛି । ୨୦୧୮ରେ ବାଜାଜ୍‌ ଆଲାଏନ୍ସରେ ଗୋଟିଏ ପଲିସିର ଅବଧି ସରିବା ପରେ ୭ଲକ୍ଷ ଟଙ୍କା ଉଠାଣ ହୋଇଥିବା ଜଣାପଡିଛି ।

ଏସ୍‌ଆଇଟି ବହୁ ଲୋକଙ୍କୁ ପଚରାଉଚରା କରିଥିବା ମଧ୍ୟ ସୂଚନା ମିଳିଛି । ପାଠକ ବ୍ରହ୍ମପୁରରେ ଚାକିରି କରୁଥିବା ସମୟରେ କାହା ସହ ଘନିଷ୍ଠ ସମ୍ପର୍କ ରଖିଥିଲେ ଏବଂ ତାଙ୍କର ସମ୍ପତ୍ତି ଆଉ କୋଉଠି ରହିଛି ତାହା ମଧ୍ୟ ଯାଞ୍ଚ କରାଯାଉଛି। ପାଠକ ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବ୍ୟଙ୍କ୍‌ ଆକାଉଣ୍ଟକୁ କୌଣସି କାରବାର ହୋଇଛି କି ନାହିଁ ତଦନ୍ତ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

10 + 7 =