ଏମିତି ଯିଏ ୬୨ ବର୍ଷ ହେବ ଶୋଇନାହାନ୍ତି ଜଣେ ବ୍ୟାକ୍ତି,ଆସନ୍ତୁ ଜାଣିବା ଏହା ପଛର କାରଣ

ଯଦି ଦିନେ ନିଦ ନ ଆସେ ତେବେ ଲୋକମାନେ ଅସ୍ଥିର ହୋଇଯାଆନ୍ତି । ଯଦି ଆପଣଙ୍କୁ ଦୁଇ ରାତି ଜାଗ୍ରତ ରହିବାକୁ ପଡ଼େ, ତେବେ ତୃତୀୟ ଦିନ ଆପଣ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରିବେ । ଶରୀର କାମ ବନ୍ଦ କରିଦିଏ ଓ କୌଣସି କାମ କରିବାକୁ ଭଲ ଲାଗେ ନାହିଁ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ, ସମସ୍ତେ ବିଶ୍ୱାସ କରନ୍ତି ଯେ, ୬ରୁ ୮ ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ରାମ ଦିନସାରା ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ୧-୨ କିମ୍ବା ୧୦-୨୦ ରାତି ନୁହେଁ, ବରଂ ପୂରା ୬୨ ବର୍ଷ ହେବ ଶୋଇ ନାହାଁନ୍ତି । ଏହା ସତ୍ତ୍ୱେ ସେ ଏତେ ଫିଟ୍ ଓ ସକ୍ରିୟ ଯେ ସେ ନିଜର ସମସ୍ତ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରନ୍ତି ।

ଭିଏତନାମର ଏହି ବ୍ୟକ୍ତିଙ୍କ ର ପ୍ରାୟ 60 ବର୍ଷ ପୂର୍ବେ ଜ୍ୱର ହୋଇଥିଲା, ସେବେଠାରୁ ସେ ଆଜି ପର୍ଯ୍ୟନ୍ତ ଶୋଇ ନାହାଁନ୍ତି । କ୍ରମାଗତ ୬୨ ବର୍ଷ ଧରି ସେ ଦିନରାତି ଜାଗ୍ରତ ରୁହନ୍ତି । ନିଜର ସମସ୍ତ କାର୍ଯ୍ୟ ନିଜେ କରନ୍ତି । ପ୍ରଶ୍ନ ହେଉଛି କଣ ଜ୍ୱର ତାଙ୍କ ନିଦକୁ ଛଡ଼ାଇ ନେଇଛି କି? ଭିଏତନାମର ବାସିନ୍ଦା ୮୦ ବର୍ଷୀୟ ଥାଇ ଏନଜୋକ୍ ଦାବି କରିଛନ୍ତି ଯେ ସେ ୧୯୬୨ ପରଠାରୁ ଶୋଇ ନାହାଁନ୍ତି । ୬୧ ବର୍ଷ ପୂର୍ବେ ତାଙ୍କର ନିଦ ଏପରି ଭାବରେ ଅଦୃଶ୍ୟ ହୋଇଯାଇଛି ଯେ ଆଜି ପର୍ଯ୍ୟନ୍ତ ତାଙ୍କ ଆଖିରେ ନିଦର କୌଣସି ନାହିଁ ।

ଏପରିକି ତାଙ୍କ ପତ୍ନୀ ଓ ପିଲାମାନେ ତାଙ୍କୁ ୬ ଦଶନ୍ଧି ଧରି ଶୋଇଥିବାର ଦେଖି ନାହାଁନ୍ତି । ଏହା ପଛରେ ଥାଇ ଏନଜୋକ୍ ଦେଇଥିବା କାରଣ ଆହୁରି ଆଶ୍ଚର୍ଯ୍ୟଜନକ ଅଟେ । ଏନଜୋକଙ୍କ ଅନୁଯାୟୀ, ଯେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କର ଜ୍ୱର ଅଧିକ ଥିଲା । ସେବେଠାରୁ ସେ ନିଦ ହରାଇଲେ । କିଛି ସମୟ ପାଇଁ ଲାଗୁଥିଲା ଯେ ସେ ତାଙ୍କ ସ୍ୱାସ୍ଥ୍ୟ କାରଣରୁ ଶୋଇପାରୁ ନାହାଁନ୍ତି । କିନ୍ତୁ ସମୟ ବଢ଼ିବା ସହ ଦେଖାଗଲା ଯେ ବର୍ତ୍ତମାନ ସେ ଆଦୌ ଶୋଇପାରୁ ନାହାଁନ୍ତି । 

Share

Leave a Reply

Your email address will not be published. Required fields are marked *

twenty + 7 =