ସମ୍ ହସ୍ପିଟାଲ ଏକ ନମ୍ବର

ଭୁବନେଶ୍ବର (): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ କ୍ଷେତ୍ରକୁ ନେଇ ୮ ବିଭାଗର ସର୍ଭେ ଟାଇମ୍ସ ହେଲ୍ଥ ପକ୍ଷରୁ କରାଯାଇଥିଲା । ବୁଧବାର ପ୍ରକାଶିତ ଏହି ସର୍ଭେରେ ସମ୍ ହସ୍ପିଟାଲର ଡାଇବେଟୋଲୋଜି, କସ୍ମେଟିକ୍ ଏବଂ ପ୍ଲାଷ୍ଟିକ ସର୍ଜରୀ, ଟ୍ରାଇକୋଲୋଜି ଏବଂ ଡର୍ମାଟୋଲୋଜି ବିଭାଗ ର୍ୟାଙ୍କିଙ୍ଗ ସହରରେ ପ୍ରଥମ ସ୍ଥାନ ରହିଛି । ସେହିପରି ଅର୍ଥୋପେଡ଼ିକ୍ସ ବିଭାଗ, ଓପ୍ଥାଲ୍ମୋଲୋଜି ଏବଂ ବାରିଆଟ୍ରିକ୍ସ ବିଭାଗ ସର୍ଭେରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଉନ୍ନତ ଧରଣର ଦନ୍ତ ଚିକିତ୍ସା ଏବଂ ପାଠ୍ୟକ୍ରମ ନେଇ ବେଶ ପରିଚିତ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ ପୂର୍ବାଞ୍ଚଳ ଓ ସହର ର୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଦନ୍ତ ଚିକିତ୍ସା ପାଇଁ ସାରା ଦେଶରେ ୧୩ତମ ସ୍ଥାନରେ ରହିଛି ଆଇଡିଏସ୍ ।

ସମ୍ ହସ୍ପିଟାଲ୍ର ଟ୍ରାଇକୋଲୋଜି ବିଭାଗ ପୂର୍ବାଂଚଳ ର୍ୟାଙ୍କିଙ୍ଗ ଚତୁଃର୍ଥ ସ୍ଥାନରେ ରହିଥିବା ବେଳେ ଦେଶରେ ୧୪ତମ ସ୍ଥାନରେ ରହିଛି । ସେହିପରି ସର୍ଭେ ଅନୁଯାୟୀ ବାରିଆଟ୍ରିକ୍ସ ବିଭାଗ ପୂର୍ବାଂଚଳରେ ଷଷ୍ଠ ସ୍ଥାନ ହାସଲ କରିଛି । ଡାଇବେଟୋଲୋଜି ବିଭାଗ, କସ୍ମେଟିକ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଏବଂ ଅର୍ଥୋପେଡିକ୍ସ ବିଭାଗ ପୂର୍ବାଂଚଳରେ ସପ୍ତମ ର‌୍ୟାଙ୍କ୍ରେ ରହିଥିବା ବେଳେ ଓପ୍ଥାଲ୍ମୋଲୋଜି ବିଭାଗ ଏବଂ ଡର୍ମାଟୋଲୋଜି ବିଭାଗ ପୂର୍ବାଂଚଳରେ ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନ ହାସଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − thirteen =