ତେଜିଲା ଆଇନଜୀବି ବିବାଦ ୩ ବହିଷ୍କୃତ

ହାଇକୋର୍ଟ ବାର ଆସୋସିଏସନ ଆଜି ୩ଜଣ ଆଇନଜୀବିଙ୍କୁ ବାର ଆସୋସିଏସନ ସାଧାରଣ ପରିଷଦରୁ ବହିଷ୍କୃତ କରିଛନ୍ତି । ହାଇକୋର୍ଟ ଆଇଜୀବିଙ୍କ ଧର୍ମଘଟ ବ୍ୟାପାରରେ ଏହି ୩ଜଣ ଓକିଲ ବିରୋଧି କାର୍ଯ୍ୟ କରିଥିବା ଅଭିଯୋଗରେ ବାର ଆସୋସିଏନ ଏମାନଙ୍କୁ ବହିଷ୍କାର କରିଛନ୍ତି । ବହିଷ୍କୃତ ହୋଇଥିବା ଆଇନଜୀବି ମାନେ ହେଲେ ଅସିମ ଅମିତାଭ ଦାସ, ମିଲନ କାନୁନଗୋ ଏବଂ ବଂଶିଧର ଶତପଥି । ଏମାନଙ୍କ ବ୍ୟତୀତ ଟହଲୀ ଚରଣ ମହାନ୍ତିଙ୍କୁ ବାର ଆସୋସିଏସନ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଆଜି ଏଠାରେ ହାଇକୋର୍ଟ ବାର ଆସୋସିଏସନର ଏକ ଜରୁରୀ ବୈଠକ ସଭାପତି ଶ୍ରୀକାନ୍ତ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତି ନିଆଯାଇଛି ବୋଲି ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୁଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − three =