ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବଂଟନ ୟୁଟିଲିଟି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହାର ସମ୍ବଲପୁର ସର୍କଲ ବୁର୍ଲା ସ୍ଥିତ ଭିସୁଟ୍‌, କ୍ଲବ୍ ହାଉସ୍‌ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।

ଭିମ୍‌ସାର ବୁର୍ଲାର ବ୍ଲଡ୍‌ବ୍ୟାଙ୍କ ଏଚ୍‌ଓଡି ଡକ୍ଟର ଚିତ ପ୍ରସାଦ, ଭିସୁଟ୍‌ର କୁଳପତି ଡକ୍ଟର ବଂଶୀଧର ମାଝି, ନିର୍ଦେଶକ ଡକ୍ଟର ଲଳିତ ମେହେରଙ୍କ ଉପସ୍ଥିତିରେ ଟିପିଡବ୍ଲୁଓଡିଏଲ୍‌ର ସିଇଓ ଇଂ ଗଜାନନ କାଲେ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଟିପଡବ୍ଲୁଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଗଜାନନ କାଲେ କହିଛନ୍ତି ଯେ, “ଚଳିତ ଆର୍ଥିକ ବର୍ଷରେ କଂପାନିସାମାଜିକ ଦାୟିତ୍ୱବୋଧରେ କଂପାନି ୧.୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ରହିଛି । ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରଠାରୁ କଂପାନି ଏହି ଅଂଚଳର ସାମାଜିକ ବିକାଶ ଉପରେ ଗୁରୁତ୍ୱାରୋପ କରୁଛି । କଂପାନି ପକ୍ଷରୁ ୨୦୨୨ ଜାନୁଆରିରେ କଳାହାଣ୍ଡି ଜିଲ୍ଲାରେ ଏକ ମେଡିକାଲ୍ ୟୁନିଟ୍ ମୂତୟନ କରିଛି ଯାହା ଜୁନାଗଡ଼ ଏବଂ ଗୋଳମୁଣ୍ଡା ବ୍ଲକ୍‌ର ୪୦ଟି ଗ୍ରାମରେ ପହଂଚିଛି ଏବଂ ଏହି ଦୁଇ ବ୍ଲକ୍‌ରେ ୧୨୦୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରୁଛି ।’’

ସେ ସୂଚିତ କରିଛନ୍ତି ଯେ ୨୦୨୩ ଜାନୁଆରିରୁ କଂପାନି ଦେଓଗଡ଼ ଜିଲ୍ଲାରେ ଆଉ ଏକ ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍‌ର ଶୁଭାରମ୍ଭ କରିବାକୁ ଯୋଜନା ରହିଛି । ଏହା ବ୍ୟତୀତ ସିଏସ୍‌ଆର୍ ଅଭିଯାନ ଅଧୀନର କଂପାନି ପକ୍ଷରୁ ବରଗଡ଼ ଜିଲ୍ଲାର ଦୁଇଟି ବ୍ଲକ୍‌କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି ଯେଉଁଠାରେ କୃଷି ଏବଂ ଚାଷ କ୍ଷେତ୍ରର ୪୦୦ରୁ ଅଧିକ କୃଷକଙ୍କୁ ଏହା ବୈଷୟିକ ଜ୍ଞାନ ଏବଂ ବିହନ ବିତରଣ କରୁଛି । ମାଣ୍ଡିଆ, ଛତୁ ଏବଂ ମୁତ୍ସ୍ୟ ଓ କୁକୁଡ଼ା ଚାଷ ପାଇଁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ।

ଏହି ଅବସରରେ ଇଂ କାଲେ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ଯୁବପିଢ଼ିଙ୍କ ପାଇଁ କଂପାନି ଏକ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବ ଯେଉଁଠାରେ ସେମାନଙ୍କୁ ଗୃହ ଇଲେକ୍ଟ୍ରିସିଆନ କାର୍ଯ୍ୟ ପ୍ରଣାଳୀ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏହି ଅବସରରେ ଭିମ୍‌ସାରର ନିର୍ଦେଶକ ଡକ୍ଟର ମେହେର ଏହି ଅଭିଯାନ ଲାଗି ଟିପିଡବ୍ଲୁଓଡିଏଲ୍‌ର ସମ୍ବଲପୁର ସର୍କଲ୍ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସାମାଜିକ କ୍ଷେତ୍ରର ବିକାଶରେ କର୍ପୋରେଟ୍ ସଂସ୍ଥାଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହା ମଧ୍ୟ ଜଣାଇଛନ୍ତି ଯେ ଏହି ଅଂଚଳରେ କର୍ପୋରେଟ୍ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଉଥିବା ଏଭଳି ଉଦ୍ୟମରେ ଭିମ୍‌ସାର ସର୍ବଦା ଯୋଡ଼ି ହେବ ।

ଭିସୁଟ୍‌ର କୁଳପତି ଡକ୍ଟର ମାଝି କହିଛନ୍ତି ଯେ, “ଟିପିଡବ୍ଲୁଓଡିଏଲ୍‌ର ଅଭିଯାନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଟିପିଓଡବ୍ଲୁଓଡିଏଲ୍ ସହ ହାତ ମିଳାଇବା ଲାଗି ଉତ୍ସାହିତ କରିବ । ଉଭୟ ସଂସ୍ଥା ପାରସ୍ପରିକ ଲାଭ ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ ।

ଡକ୍ଟର ଚିତ ପ୍ରସାଦ ନିଜ ଅଭିଭାଷଣରେ ନିୟମିତ ବ୍ୟବଧାନରେ ରକ୍ତଦାନର ପ୍ରାକୃତିକ ଲାଭ ବିଷୟରେ ବର୍ଣ୍ଣନା କରିଛନ୍ତି । ଶରୀରର ସୁସ୍ଥକର ମାନଦଣ୍ଡକୁ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ, ତେଣୁ ନିୟମିତ ବ୍ୟବଧାନରେ ରକ୍ତଦାନ କରିବା ଲାଗି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହି ଶିବିରରେ ଟିପିଡବ୍ଲୁଓଡିଲଲ୍‌ର କର୍ମଚାରୀମାନେ ୧୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

17 + five =