ଭଲ ନିଦ ପାଇଁ କଣ କରିବେ ?

ସାରା ଦିନ କରିଶ୍ରମ କରିବା ପରେ ସମସ୍ତେ ଚାହାଁନ୍ତି ଭଲରେ ଟିକେ ଶୋଇବା ପାଇଁ । ଭଲ ନିଦ ହେଲେ ଦେହ ସୁସ୍ଥ ରହେ ମନବି ପ୍ରଫୁଲ୍ଲ ରହେ । ହେଲେ ଆଜିର ବ୍ୟସ୍ତବହୁଳ ସମୟରେ କାହାକୁ ଭଲ ନିଦ ହୁଏ ତକାହାକୁ ଭଲ ନିଦ ହୁଏନା ।କିଛି ଲୋକ ଭଲ ନିଦ ପାଇଁ ଔଷଧ କିମ୍ବା ନିଶା ଦ୍ରବ୍ୟର ଆଶ୍ରୟ ନିଅନ୍ତି । କିନ୍ତୁ ଯଦି ଆପଣ ଯଦି ଆପଣଙ୍କ ଖାଦ୍ୟ ନେବା ଶୈଳୀରେ ପରିବର୍ତନ କରନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କଣ ଖାଇଲେ ରାତିରେ ଭଲ ନିଦ ହେବ ।
ପାଚିଲା କଦଳୀ – କୁହାଯାଇଛି ପାଚିଲା କଦଳୀ ଖାଇଲେ ନିଦ ହୁଏ । କଦଳୀରେ ଅଧିକ ମାତ୍ରାରେ କୋର୍ବୋହାଇଡ୍ରେଟ୍ସ ଥାଏ । କୋର୍ବୋହାଇଡ୍ରେଟ୍ସ ଟ୍ରିପ୍ଟୋଫେନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ ମସ୍ତିଷ୍କକୁ ଭଲ ନିଦ ଦେଇଥାଏ ।
ମହୁ –ଶୋଇବା ପୁର୍ବରୁ ମହୁ ଖାଇବା ଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ । ମହୁ ଆଂଟି ବ୍ୟାକ୍ଟେରିୟଲ , ଆଂଟି ଫଙ୍ଗଲ ଓ ଆଂଟି ଆକ୍ସିଡେଂଟ୍ସ ଅଟେ ।
ବାଦାମ –ବାଦାମରେ ଭଲ ଫ୍ୟାଟ୍ , ଆମିନୋ ଏସିଡ ଓ ମ୍ୟାଗ୍ନେସିୟମ ଭଳପୁର ରହିଥାଏ । ଯାହାଫଳରେ ନିଦ ଲାଗିଥାଏ । ଏହା ଏକ ଉତମ ଉପାୟ ଅଟେ ।
ଦଲିଆ – ଦଲିଆ ଏକ ଉତମ ଆହାର ଭାବରେ ଜଣା । ଲହା ହାଲକା ହୋଇଥିବାରୁ ହଜମ ମଧ୍ୟ ସହଜ ହୋଇଥାଏ । କ୍ଷୀର, ମହୁ, ବାଦାମ ଓ କଦଳୀ ସହ ଦଲିଆ ମିଶ୍ରଣ କରି ଖାଇବା ଦ୍ୱରା ରାତିରେ ନିଦ ହୋଇଥାଏ ।
ରାତି ଖାଦ୍ୟ କମ ଖାଇବା ଉଚିତ ତାସହ ମସଲା ଯୁକ୍ତ ଖାଦ୍ୟ ରାତିରେ ଖାଇବା ଉଚିତ ନୁହେଁ କାରଣ ଏହା ସହଜରେ ହଜମ ହୋଇନଥାଏ । ଯାହାଫଳରେ ରାତିରେ ଭଳ ନିଦ ହୋଇନଥାଏ ।

Share

Leave a Reply

Your email address will not be published. Required fields are marked *

20 − eight =