ବିବାହ ପୂର୍ବରୁ ପୁଅଝିଅଙ୍କୁ କଣ ପଚାରିବା ଦରକାର ?

ସାଧାରଣତ ବିବାହ ପୂର୍ବରୁ ସମସ୍ତେ ରୂପ, ଗୁଣ, ଚେହେରା, ଧନ ସମ୍ପତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ଯେଉଁ କେତେ ଗୁଡିଏ ଜିନିଷ ଉଭୟ ଉଭୟଙ୍କ ଠାରୁ ଜାଣିବା ନିହାତି ଆବଶ୍ୟକ ସେକଥା ସମସ୍ତେ ଭୁଲିଯାନ୍ତି । ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ଗୁରୁତ୍ୱପୁର୍ଣୂୃ ବିଷୟ ଗୁଡିକ ଜାଣିବା ନିହାତି ଆବଶ୍ୟକ ।
୧ – ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ଅଛନ୍ତି କି ନାହିଁ । ଏହା ଜାଣିବା ନିହାତି ଦରକାର ଆପଣଙ୍କ ସାଥୀ କାହା ଚାପରେ ବିବାହ ପାଇଁ ରାଜି ହୋଇଛନ୍ତି କି ? ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ।
୨- ଯୁବତୀ ମାନେ ବିବାହ ପୂର୍ବରୁ ଭାବି ସ୍ୱାମୀର ଚାକିରୀ ବିଷୟରେ ଜାଣିବା ଆବଶ୍ୟକ । ଖାଲି ଚାକିରୀ ନୁହେଁ ଦରମା ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ ।
୩ – ଯଦି ଆପଣଙ୍କ ଭାବି ସ୍ୱାମୀ ଚାକିରୀ କରିନାହାଁନ୍ତି ତେବେ ତାଙ୍କ ଆର୍ଥିକ ପରିସ୍ଥିତି ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ।
୪ –ବିବାହ ପରେ ସେହି ବ୍ୟକ୍ତି ପରିବାର ସହ ରହିବାକୁ ପସନ୍ଦ କରିବେ କି ନାହିଁ ତାହା ମଧ୍ୟ ଜାଣିବା ଆବଶ୍ୟକ ।
୫ – ନିଜ ସାଥୀର ପସନ୍ଦ କେଉଁଟା ତାହା ମଧ୍ୟ ଜାଣିବା ଆବଶ୍ୟକ ।
୬ –ବିବାହ ପୂର୍ବରୁ ଆପଣ ଜାଣିବା ଦରକାର ଆପଣଙ୍କ ସାଥୀ ଫ୍ୟାମିଲି ପ୍ଲାନିଙ୍ଗ ବିଷୟରେ ଚିନ୍ତା କରନ୍ତି କି ନାହିଁ ।
ଏସବୁ ଜାଣିବା ଦ୍ୱାରା ଆପଣ ମାନସିକ ରୂପେ ପ୍ରସ୍ତୁତ ହୋଇପାରିବେ । ଯାହା ଆପଣଙ୍କ ବୈବାହିକ ଜୀବନ ସହଜ କରିଥାଏ ।

Share

Leave a Reply

Your email address will not be published. Required fields are marked *

6 + two =