ଏକ ରାଷ୍ଟ୍ର, ଏକ ନିର୍ବାଚନକୁ ବିଜେଡିର ସମର୍ଥନ

ଭୁବନେଶ୍ୱର () ଗୋଟିଏ ଦେଶ ଗୋଟିଏ ନିର୍ବାଚନ । କେନ୍ଦ୍ର ସରକାରଙ୍କ ଏହି ପ୍ରକ୍ରିୟାକୁ ବିଜେଡି ସମର୍ଥନ କରୁଛି । ଆଜି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି । କାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ । ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ମଧ୍ୟ ନବୀନ ଏକକ ନିର୍ବାଚନ ପାଇଁ ଯୁକ୍ତି ବାଢିଥିଲେ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସଂସଦୀୟ ଦଳ ନେତା କହିଛନ୍ତି ଯେ, ବିଜେଡି କେବଳ ଏକକ ନିର୍ବାଚନକୁ ସମର୍ଥନ କରୁନି 2004ରୁ କାର୍ଯ୍ୟକାରୀ କରିଛି । 2009, 2014 ଓ 2019 ନିର୍ବାଚନରେ ରାଜ୍ୟରେ ଦଳ ଏହି ଆଧାରରେ ସାଧାରଣ ନିର୍ବାଚନକୁ ଓହ୍ଲାଇଛି ।

Share

Leave a Reply

Your email address will not be published. Required fields are marked *

1 + eleven =