ମାଇଗ୍ରେନ ସମସ୍ୟା ଅଛି କି ? କରନ୍ତୁ ଏହି ଉପାୟ…

ମାଇଗ୍ରେନ୍ ବା ମୁଣ୍ଡବିନ୍ଧା ରୋଗ ପ୍ରାୟ ଅଧିକାଂଶ ଲୋକଙ୍କର ରହିଛି । ଯାହାକୁ ଓଡ଼ିଆରେ କୁହାଯାଏ ଅଧକପାଳି । ଆମେ ପିଲା ବେଳେ ଦେଖିଛୁ କିଛି ଲୋକ ମୁଣ୍ଡରେ ଏକପ୍ରକାର ଲେପ ଦେଇଥାନ୍ତି । ପୁଣି କିଏ ଶିର କଣା କରିବାକୁ ବି ପଛାନ୍ତି ନାହିଁ । କାରଣ ମାଇଗ୍ରେନ୍ ଏତେ କଷ୍ଟ ଦିଏ ଯେ ବେଳେ ବେଳେ ନିଜ ମୁଣ୍ଡ ବାଡ଼େଇ ଦେବାକୁ ଇଚ୍ଛା ହୁଏ । କାହାର ପାଟି ଶୁଣିଲେ ବିରକ୍ତ ଲାଗେ । ଅନ୍ଧାରରେ ରହିବାକୁ ଭଲ ଲାଗେ । କାହାକୁ କାହାକୁ ବାନ୍ତି କଲେ ଟିକେ ସୁସ୍ଥ ଲାଗେ । ତେବେ ଏହି ରୋଗ ପାଇଁ କିଛି ଘରୋଇ ଉପଚାର ଅଛି । ଯାହାକୁ କଲେ ମାଇଗ୍ରେନ୍ ବା ଅଧକପାଳି ବିନ୍ଧାରୁ ଉପଶମ ମିଳେ ।
୧-ଅଦା : ପ୍ରତିଦିନ ୨ରୁ ୪ ଗ୍ରାମ ଅଦା ଖାଆନ୍ତୁ । ଅଦା ଚା ପିଇବା ଅଭ୍ୟାସ କରନ୍ତୁ ।
୨-ମୁଣ୍ଡବିନ୍ଧା ବେଳେ ରାଶି ତେଲ ଗରମ କରି ଦୁଇରୁ ଚାରିଟୋପା ନାକରେ ପକାନ୍ତୁ ।
୩-ଜାଇଫଳ ଘୋରି କପାଳରେ ଲଗାନ୍ତୁ । ଆରାମ ମିଳିବ ।
୪- ପୋଦିନା ପତ୍ର ପକାଇ ଚା କରନ୍ତୁ ଏବଂ ଦିନରେ ତିନିରୁ ଚାରିଥର ପିଅନ୍ତୁ । ମୁଣ୍ଡବିନ୍ଧାରୁ ଉପଶମ ମିଳିବ ।
୫- ତେବେ ମାଇଗ୍ରେନ୍ ଭଲ କରିବାକୁ ଯୋଗ, ପ୍ରାଣାୟମ ହେଉଛି ଶ୍ରେଷ୍ଠ ଉପାୟ । ଭାମରି ପ୍ରାଣାୟମ ବେଶ୍ ଉପାଦେୟ । ଦିନକୁ ତିନି ଚାରି ମିନିଟ୍ କଲେ ଏହାର ପ୍ରଭାବ ପଡ଼ିଥାଏ ।

Share

Leave a Reply

Your email address will not be published. Required fields are marked *

sixteen + 6 =