ଭିଜିଲାନ୍ସ ହାବୁଡରେ ଥାନା ଆଇଆଇସି

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ଆଇଆଇସି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଇଆଇସି ଅମିତ ବିଶ୍ୱାଳ ପାଖାପାଖି ୭୩ ହଜାର ୫ଶହ ଟଙ୍କା ନେଇ ଯାଉଥିବା ବେଳେ ଶେରଗଡ ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ଏବଂ ଏହି ଟଙ୍କାକୁ ଜବତ କରିଥିଲେ । ଭିଜିଲାନ୍ସ ଟିମ ଆଇଆଇସି ବିଶ୍ୱାଳଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ପଚାରିଥିବା ବେଳେ ସେ ଏହାର କୋଣସି ସନ୍ତୋଷଜନକ ଉତର ଦେଇପାରି ନାହାନ୍ତି ।

Share

Leave a Reply

Your email address will not be published. Required fields are marked *

nine − five =