ଗିରଫ ହେଲା ସାଇକୋ କିଲର,ହତ୍ୟାକାଣ୍ଡ ପଛର କାରଣ ଜାଣନ୍ତୁ

କଟକ() ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କଲା ସାଇକୋ କିଲର୍ ନାରାୟଣ ସାହୁ।ତିନୋଟି ନୁହେଁ ନାରାୟଣ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛି । କଟକ ଓଏମପି ଅଂଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ପଛର କାରଣ କହିଛି ନାରାୟଣ ସାହୁ । କଟକ ଡିସିପି ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି । ଏହି ଓଏମପି ଅଂଚଳରେ ସାଇକୋ କିଲର ନାରାୟଣ ସାହୁ ରହୁଥିଲା । ତେବେ ସେଠାରୁ ତାକୁ ବିତାଡିତ କରାଯାଇଥିଲା । ନାରାୟଣକୁ ବାହାର କରିବାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ଦୁଇ ବ୍ୟକ୍ତିଙ୍କ ହାତ ଥିଲା । ସେଥିପାଇଁ ସେହି ୨ଜଣଙ୍କୁ ନାରାୟଣ ସାହୁ ହତ୍ୟା କରିଛି ବୋଲି କହିଛନ୍ତି ଡିସିପି ।

ଓଏମ୍‌ପିର ୨ଟି ହତ୍ୟାକାଣ୍ଡରେ ତା’ର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇସାରିଛି । ରାଣୀହାଟ ମାମଲା ଏ ଯାଏଁ ସ୍ପଷ୍ଟ ହୋଇନି । ଆଜି ନାରାୟଣକୁ କୋର୍ଟ ଚାଲାଣ କରାଯିବ । ରାଣୀହାଟ ମାମଲାର ତଦନ୍ତ ପାଇଁ ତାକୁ ରିମାଣ୍ଡ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ତେବେ ରାଣୀହାଟ ହତ୍ୟାକାଣ୍ଡ ଘଟଣାରେ ନାରାୟଣର ସଂପୃକ୍ତି ଅଛି କି ନାହିଁ ସେନେଇ ନାରାୟଣକୁ ରିମାଣ୍ଡରେ ଆଣିବ ପୋଲିସ । ଏଥିସହ ନାରାୟଣର ଲାଏ ଡିଟେକସନ ଟେଷ୍ଟ ମଧ୍ୟ ପୋଲିସ କରିବ । ନାରାୟଣ ମାନସିକ ବିକାରଗ୍ରସ୍ତ କି ନୁହଁ ତାହା ପୋଲିସ ଏପର୍ୟ୍ୟନ୍ତ ସ୍ପଷ୍ଟ କରିନାହିଁ । ଏନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

ସେପଟେ ପୋଲିସ ହାତରେ ଧରାପଡିଥିବା ସାଇକୋ କିଲର ନାରାୟଣ ନରହନ୍ତା କି ନୁହେଁ ତାକୁ ନେଇ ଦେଖାଦେଇଛି ବିବାଦ । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =