ଟ୍ରେଲର ଦେଖି ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ() ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଅପ୍ କମିଂ ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଘରୋଇ ହିଂସାକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଛି। ଟ୍ରେଲର ରିଲିଜ୍ ହେବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଏହି ଟ୍ରେଲରକୁ ସ୍କୃତି ଇନ୍ଷ୍ଟାଗ୍ରାମରେ ଶେୟାର କରିବା ସହ ଭାବୁକ ହୋଇପଡ଼ିଛନ୍ତି। ସମାଜ ଉପରେ କ୍ରୋଧ ପ୍ରକାଶ କରିବା ସହ ଜନତାଙ୍କୁ ସେ ପ୍ରଶ୍ନ କରି ଏକ କ୍ୟାପଶନ ଲେଖିଛନ୍ତି। କେତେକ ଭାବିଥାନ୍ତି ମହିଳାଙ୍କୁ କେବଳ ସହ୍ୟ କରିବାକୁ ପଡ଼େ ଏବଂ କେବଳ ଗରିବ ମହିଳାଙ୍କ ସ୍ବାମୀ ହିଁ ନିର୍ୟ୍ୟାତନା ଦେଇଥାନ୍ତି। ସେମାନଙ୍କ ସହ କେବଳ ମାରପିଟ୍ ହୋଇଥାଏ। ହେଲେ କେହି ଜାଣିଛନ୍ତି କି ଶିକ୍ଷିତ ଲୋକ ମଧ୍ୟ ସ୍ତ୍ରୀଙ୍କ ଉପରେ ହାତ ଉଠାଇଥାନ୍ତି। ଆଉ ଶେଷରେ ନିଜ ଝିଅ ବୋହୂଙ୍କୁ ଏସବୁ ସହ୍ୟ କରିବାକୁ ପରିବାର ଲୋକ ପରାମର୍ଶ ଦେଇଥାନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, ସେ ନିର୍ଦ୍ଦେଶକଙ୍କ ରାଜନୈତିକ ବିଚାରଧାରାକୁ ସମର୍ଥନ କରୁନାହାଁନ୍ତି ଆଉ କିଛି ପ୍ରସଙ୍ଗରେ ମଧ୍ୟ ସେ ତାଙ୍କ ସହ ଅସମର୍ଥ ଅଛନ୍ତି। ଏହାପରେ ବି ସେ ଏହି ଫିଲ୍ମକୁ ନିଶ୍ଚିତ ଦେଖିବେ ଏବଂ ସମସ୍ତେ ନିଜ ପରିବାର ସହ ଏହାକୁ ଦେଖିବେ ବୋଲି ଆଶାପୋଷଣ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − seventeen =