ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’

ଭୁବନେଶ୍ୱର() ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି ।

ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନୁ୍ୟ ଦୋରା(୨୫) ନାମକ ଜଣେ ଯୁବକ ସୁଦୂର ନୋଇଡ଼ାର ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ । ଶନିବାର ଦିନ ହଠାତ ତାଙ୍କର ହୃଦଘାତରେ ମୃତୁ୍ୟ ହୋଇଥିଲା । ପୁଅର ମୃତୁ୍ୟ ଖବର ପାଇ ଅଭିମନୁ୍ୟଙ୍କ ଗରିବ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ି ଅସହାୟ ହୋଇଯାଇଥିଲେ । ସେଠାରୁ ଗାଁକୁ ଶବ ଆଣିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ନିରୁପାୟ ହୋଇ ଭଗବାନଙ୍କ ଭରସାରେ ପଡ଼ିଥିବା ବେଳେ ଏହି ଖବର ‘ଓଡ଼ିଶା-ମୋ ପରିବାର’ ନଜରକୁ ଆସିଥିଲା ।

ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଅବଗତ ହେଲା ପରେ ତପôରତା ପ୍ରକାଶ ପାଇଥିଲା । ତୁରନ୍ତ ନୋଇଡ଼ା ର୍କୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ଶବ ଫେରାଇ ଆଣିବାର ବନେ୍ଦାବସ୍ତ କରାଯାଇଥିଲା । ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ଯୁବକ ଏବଂ ଭଦ୍ରବ୍ୟକ୍ତି ମଧ୍ୟ ଏଥିରେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଏବଂ ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଅଭିମନୁ୍ୟଙ୍କ ଶବ ଅଣାଯାଇଥିଲା ଭୁବନେଶ୍ୱର । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ଙ୍କ ସମେତ ଅନ୍ୟମାନେ ମୃତ ଶରୀରକୁ ବିମାନବନ୍ଦରରୁ ପାଛୋଟି ଆଣି ଆମ୍ବୁଲାନସ୍ ଯୋଗେ ତାଙ୍କ ଜନ୍ମମାଟିକୁ ପଠାଇଥିଲେ । ‘ଓଡ଼ିଶା-ମୋ ପରିବାର’ ର ଏହି ବଦାନ୍ୟ କାର୍ୟ୍ୟରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଲାଣି ।

Share

Leave a Reply

Your email address will not be published. Required fields are marked *

17 − 15 =