ବାହା ନ ହୋଇ ବି ସଲମାନ ହୋଇଗଲେଣି …

ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ, ଏବେ ସୁଦ୍ଧା ବିବାହ ନାଁ ଧରୁ ନ ଥିବା ଦବଙ୍ଗ ଖାନ ଏହା ମଧ୍ୟରେ ଜେଜ ଓ ଅଜା ହୋଇ ସାରିଲେଣି। ଆଉ ଖୋଦ୍ ସଲମାନ ହିଁ ଏହି ରାଜ୍ର ଖୁଲାସା କରିଛନ୍ତି।

ସଲମାନଙ୍କ ଫିଲ୍ମ ‘ଭାରତ’ ଇଦ୍ ଅବସରରେ ଆଜି ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଅଭିନୟ କରିଛନ୍ତି। ଫିଲ୍ମଟି ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏହାକୁ ହିଟ୍ କରିବାକୁ କିଛି ବି ମଉକା ଛାଡି ନାହାନ୍ତି ଦବଙ୍ଗ ଖାନ। ସେଥିଲାଗି ସେ କ୍ୟାଟ୍ରିନାଙ୍କ ସହ ମିଶି ଜୋରସୋରରେ ଫିଲ୍ମର ପ୍ରମୋଶନ୍ କରିଥିଲେ।

ଏହି ଫିଲ୍ମର ପ୍ରମୋଶନ କରିବାକୁ ସଲମାନ ନିଜେ ପ୍ରଡ୍ୟୁସ୍ କରୁଥିବା କପିଲ ଶର୍ମାଙ୍କ ଶୋ’କୁ ମଧ୍ୟ ଯାଇଥିଲେ। ସେଠାରେ ସେ ଫିଲ୍ମ ବିଷୟରେ କଥା ହେବା ସହ ନିଜ ବ୍ୟକ୍ତିଗତ ଜୀବନର ବହୁ ଅଜଣା କଥା କହିଥିଲେ। କପିଲଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଲମାନ କହିଲେ ଯେ, ଛୋଟ ପିଲାଙ୍କୁ ସେ ଖୁବ୍ ଭଲ ପାଆନ୍ତି। ସେମାନଙ୍କ ସହ ଖେଳିବାକୁ ଭଲ ପାଆନ୍ତି। ପୂର୍ବରୁ ସେ ମାମୁ, ଦାଦା ହୋଇ ସାରିଥିବା ସମସ୍ତେ ଜାଣିଛନ୍ତି। ହେଲେ ସେ ଜେଜେ ଓ ଅଜା ବି ହୋଇ ସାରିଥିବା କଥା ଖୁବ୍ କମ୍ ଲୋକ ଜାଣିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 1 =