ବିଜେପି ଇଭିଏମ୍ ହ୍ୟାକ୍ କରିଛି: ଜର୍ଜ ତୀର୍କି

ଭୁବନେଶ୍ବର()  କଂଗ୍ରେସ ନେତାଙ୍କ ସାଂଘାତିକ ଅଭିଯୋଗ । ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜର୍ଜ ତିର୍କୀ ।

ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଛି। ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ ବି ଥିଲେ । ଏଥର ମୋଦି ଆସିଲେନି କି ଦିଲୀପ ରାୟ ବି ନାହାନ୍ତି । ଏଭଳି ସ୍ଥିତିରେ ୫ ଲକ୍ଷ ୫୬ ହଜାର ଭୋଟ କେମିତି ହେଲା ବୋଲି ଜର୍ଜ ପ୍ରଶ୍ନ କରିଛନ୍ତି ?

ଆମେ ହାରିବାର ପ୍ରଶ୍ନ ଉଠୁନି । ତାଙ୍କୁ ହରାଇବାକୁ କଂଗ୍ରେସରେ ସାଂଘାତିକ ଆତ୍ମଘାତୀ ଷଡ଼ଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜର୍ଜ ତିର୍କୀ। ପିସିସି ଠାରୁ ଆରମ୍ଭ କରି ଡିସିସି ପର୍ୟ୍ୟନ୍ତ ନେତା ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ଏହି ଷଡ଼ଯନ୍ତ୍ରକାରୀଙ୍କୁ ଦଳରୁ ବିଦା କରାଯାଉ ବୋଲି ପିସିସି ମିଟିଂରେ ଜର୍ଜ ତିର୍କୀ ଦାବି କରିଥିବା ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + four =