ପ୍ରେମର ଅଭିନବ ଅବତାରଣା “ଆଉ ଏକ ପ୍ରେମ କାହାଣୀ”

ଭୁବନେଶ୍ୱର () : ଚଳଚ୍ଚିତ୍ର କାହାଣୀରେ ପ୍ରେମ ନ ରହିଲେ ଦର୍ଶକ ମନୋରଂଜନ କେମିତି ପାଇେବେ। ତାହା ସାମାଜିକ, ପାରିବାରିକ, ସାମ୍ପ୍ରତିକ ହେଉ କି କୌଣସି ବାୟୋପିକ୍‌; ସିନେମା ମାନେ ଏଥିରେ ଡ୍ୟାମା, ଡ୍ୟାନ୍ସ, ଆକ୍ସନ୍‌ ଆଉ ରୋମାନ୍ସ ରହିବ। ସେଭଳି ପୃଷ୍ଠଭୂମି କିନ୍ତୁ ଏଥିରେ ରହିଛି ପ୍ରେମର ଅଭିନବ ଅବତାରଣା।

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଉ ଏକ ପ୍ରେମ କାହାଣୀ’। ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକ ନିକଟରେ ଥିବା ପେ୍ରସ୍‌ କ୍ଲବ୍‌ ପରିସରରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା କଳାକାର ଓ ଟେକ୍‌ନିସିଆନ୍‌ଙ୍କ ସମେତ ଉକ୍ତ ଚଳଚ୍ଚିତ୍ର ସହ ଜଡ଼ିତ ପ୍ରଯୋଜକ, ନିଦେ୍ର୍ଦଶକ, ସଙ୍ଗୀତ ନିଦେ୍ର୍ଦଶକ ଏବଂ ୟୁନିଟ୍‌ ମେମ୍ବର ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ‘ଆଉ ଏକ ପ୍ରେମ କାହାଣୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ଦେବାଶିଷ ଓ କାବ୍ୟା।

ଏ ଦୁହିଁଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସ୍ନିଗ୍‌ଧା ମହାନ୍ତି, ରାଜୀବ ମହାନ୍ତି, ବିଜୁ ବଡ଼ଜେନା, କାଳୀଚରଣ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ଚିନ୍ମୟୀ ମହାନ୍ତି ପ୍ରଯୋଜିତ ଏଇ ସିନେମାର ନିଦେ୍ର୍ଦଶନା ଦେବେ ଅଭିଷକ ବେହେରା। ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ରଚନା କରିଛନ୍ତି ଆଲୋକ ରାୟ ଏବଂ ସଙ୍ଗୀତ ନିଦେ୍ର୍ଦଶନା ଦେଉଛନ୍ତି ବିକାଶ ଶୁକ୍ଳା। ଚଳଚ୍ଚିତ୍ରର କ୍ରିଏଟିଭ୍‌ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ।

Share

Leave a Reply

Your email address will not be published. Required fields are marked *

fourteen + 12 =