ବିବାହ ବନ୍ଧନରେ ବାନ୍ଧିହେବେ ରଣବୀର୍-ଆଲିଆ !

ବଲିଉଡ୍ର ବରିଷ୍ଠ ଅଭିନେତା ଋଷି କପୁର୍ ୟୁଏସ୍ରୁ ନିଜର ଚିକିତ୍ସା ସାରି ଭାରତ ଫେରୁଛନ୍ତି। ଏହି କଥା ଋଷିଙ୍କ ପତ୍ନୀ ନୀତୁ କପୁର ସୋଶାଲ୍ ମିଡିଆରେ ସେୟାର କହିଛନ୍ତି। ଋଷି ଚଳିତ ମାସ ଶେଷ ସୁଦ୍ଧା ଭାରତ ଫେରିବେ।

ଏକ ମିଡିଆ ରିପୋର୍ଟ ଅନୁସାରେ ଋଷି ଭାରତ ଫେରିବା ପରେ ପୁଅ ରଣବୀର କପୁର ଓ ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବାହାଘର କରାଇବେ। ସେ ଚାହୁଁଛନ୍ତି ଯେ, ଯେତେ ଜଲ୍ଦି ପୁଅ ବିବାହ ବନ୍ଧନରେ ବାନ୍ଧି ହେଉ।

ସୁତ୍ରରୁ ଜଣାପଡ଼ିଛି ଯେ, ରଣବୀର କପୁର ଆଉ ଆଲିଆଙ୍କ ଫ୍ୟାମିଲି ପଣ୍ଡିତଙ୍କୁ ଭେଟିବେ। ସେମାନେ ରଣବୀର ଏବଂ ଆଲିଆଙ୍କ ବାହାଘରର ଶୁଭ ମହୁରତ୍, ବିବାହ ତାରିଖ ଠିକ୍ କରିବେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ବିବାହ ତାରିଖ ଏପ୍ରିଲ୍ରେ ଠିକ୍ କରାଯାଇଛି।

ଏହି ବର୍ଷ ରଣବୀର ଏବଂ ଆଲିଆଙ୍କ ବିବାହ ହେବାର ଅନେକ ସମ୍ଭାବନା ରହିଛି। ଦୁଇ ପରିବାର ମଧ୍ୟ ବିବାହ ପାଇଁ ସହମତି ପ୍ରକାଶ କରିଛନ୍ତି। କିଛି ଦିନ ପୂର୍ବରୁ ସୁଇଜର୍ଲ୍ୟାଣ୍ଡରେ ଆକାଶ ଆମ୍ବାନି ଓ ଶ୍ଲୋକା ମେହଟାଙ୍କ ପ୍ରି ୱେଡିଂ ସେରରିମନିରେ କରନ୍ ଜୋହର୍ ଆଲିଆଙ୍କୁ ଶିଘ୍ର ବିବାହ କରିବା ପରାମର୍ଶ ଦେଇଥିଲେ।

କରନ୍ ମଜାରେ କହିଥିଲେ ଯେ, “ସମସ୍ତେ ରଣବୀର ଏବଂ ଆଲିଆଙ୍କ ବିବାହ କରିବା ପାଇଁ ପ୍ରୟାସ କରୁଛନ୍ତି। ଆପଣ ରଣବୀରଙ୍କୁ ଜାଣିନାହାନ୍ତି। ସେ କେଉଁ ସମୟରେ ମଧ୍ୟ ଆପଣଙ୍କ ହାତରୁ ଯାଇ ପାରନ୍ତି”। ଅବଶ୍ୟ କରନ୍ଙ୍କ କଥା ଶୁଣି ଆଲିଆ ଓ ରଣବୀର ହସିବାକୁ ଲାଗିଥିଲେ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ରଣବୀର ଏବଂ ଆଲିଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଅଭିନୟ କରିବେ। ଏହି ଫିଲ୍ମ ସେଟ୍ରୁ ହିଁ ତାଙ୍କ ଲଭ୍ ଷ୍ଟୋରି ସେଟ୍ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

1 × one =