ଏହି ରୋଗରେ ପୀଡିତ ଅନୁଷ୍କା

ମୁମ୍ବାଇ()  ରୋଗରେ ପୀଡିତ ଅନୁଷ୍କା ଶର୍ମା ।ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର କିଛି ଫଟୋ ଭାଇରାଲ ହେଇଥିଲା ଯେଉଁଥିରେ ସେ ଏକ କ୍ଳିନିକ୍ ବାହାରେ ନଜର ଆସିଥିଲେ। ରିପୋର୍ଟ ମୁତାବକ, ଅନୁଷ୍କା ବଲଜିଂ ଡିସ୍କ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ଅଣ୍ଟା ହାଡରେ ଯନ୍ତ୍ରଣା ଅନୁଭୁତ ହେବା ସହ ବସିବା ଉଠିବାରେ ଅସୁବିଧା ହୋଇଥାଏ। ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଦ୍ବାରା ଏହି ରୋଗ ହୋଇଥାଏ।

ରୋଗରେ ପୀଡିତ ରହିବା ପରେ ମଧ୍ୟ ଅନୁଷ୍କା ମେ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ବକପରେ ସ୍ବାମୀ ବିରାଟଙ୍କ ସହ ଲଣ୍ଡନ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି। କାରଣ ଅନୁଷ୍କା ଚାହୁଁନାହାନ୍ତି ତାଙ୍କ ଦେହ ଖରାପ କାରଣରୁ ବିରାଟ ଧ୍ୟାନ ଖେଳ ଉପରୁ ହଟୁ ଅଥବା ତାଙ୍କ ଖେଳରେ କୌଣସି ପ୍ରକାରର ବାଧା ଦେଖାଯାଉ।

ତେବେ ଅନୁଷ୍କା କିଛି ଦିନ ପାଇଁ ଫିଲ୍ମରୁ ଦୂରେଇ ରହିଛନ୍ତି। ସେ କିଛି ଫିଲ୍ମ ସାଇନ କରିବା ପୂର୍ବରୁ ତାହା ବିଷୟରେ ସଠିକ୍ ଭାବେ ଚିନ୍ତା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

five × 4 =