୪୦ ବିଧାୟକଙ୍କ ସହ ସ୍ୱର୍ଣ୍ଣ ମନ୍ଦିରରେ ସିଦ୍ଧୁ

ଅମୃତସର: ପଞ୍ଜାବ ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବନିଯୁକ୍ତ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଅମରିନ୍ଦରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ରାଜ୍ୟ ପ୍ରଦେଶ କମିଟି ସଭାପତି ନିଯୁକ୍ତ କରିଛନ୍ତି । ଦଳରେ ନିଜର ପତିଆରା ପ୍ରମାଣ କରିବାକୁ ସିଦ୍ଧୁ ବୁଧବାର ୪୦ କଂଗ୍ରେସ ବିଧାୟକଙ୍କୁ ନେଇ ନିଜର ନିର୍ବାଚନମଣ୍ଡଳୀ ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣମନ୍ଦିର ପରିଦର୍ଶନ କରାଇଛନ୍ତି । ସିଦ୍ଧୁଙ୍କ ବାସଭବନରେ ପହଞ୍ଚିବାପରେ ଏମାନଙ୍କୁ ଦାମୀ ଭଲ୍ଭୋ ବସ୍ରେ ସ୍ୱର୍ଣ୍ଣମନ୍ଦିର ନିଆଯାଇଥିଲା । ଗତ ରବିବାର ପଞ୍ଜାବ କଂଗ୍ରେସ ମୁଖ୍ୟ ନିଯୁକ୍ତ ହେବାପରେ ଏହା ସିଦ୍ଧୁଙ୍କର ପ୍ରଥମ ଅମୃତସର ଗସ୍ତ । ଏହି ଅବସରରେ ସିଦ୍ଧୁଙ୍କୁ ସ୍ୱାଗତ କରିବାକୁ ସହସ୍ରାଧିକ ସମର୍ଥକ ସହରର ପ୍ରବେଶପଥ ଗୋଲଡେନ ଗୋଟ୍ ନିକଟରେ ସମବେତ ହୋଇଥିଲେ । ସିଦ୍ଧୁ ଅମୃତସରରୁ ତିନିଥର ଲୋକସଭାକୁ ଏବଂ ବର୍ତ୍ତମାନ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 5 =