ଖରା ଦିନେ କଞ୍ଚାଲଙ୍କା ଖାଇବାର ଫାଇଦା ଜାଣନ୍ତୁ …

ଲୋକମାନଙ୍କୁ ଏହା ଲାଗିଥାଏ କି ଥଣ୍ଡା ପଦାର୍ଥ ଖାଇବା ଦ୍ବାରା ଶରୀର ଏବଂ ପେଟ ଥଣ୍ଡା ରହିଥାଏ । କିନ୍ତୁ ଏପରି ଜମାରୁ ହୋଇନଥାଏ । ଏହି ଖାଦ୍ୟ ଖାଇବା ଦ୍ବାରା ଗରମ ଆହୁରି ବଢିଯାଇଥାଏ । ଗରମ ଫଳରେ ଅଧିକାଂଶ ଲୋକ ମସଲା ଏବଂ ରାଗ ଜିନିଷ ଖାଇବାରୁ ଦୁରେଇ ରହିଥାନ୍ତି । ତେବେ ଖୁବ୍ କମ୍ ଲୋକ ଏହା ଜାଣିଥିବେ କି ରାଗ ଖାଦ୍ୟ ଖାଇବା ଦ୍ବାରା ଗରମ କମ୍ ହୋଇଥାଏ । ତେଣୁ କଞ୍ଚା ଲଙ୍କା ଆପଣଙ୍କୁ ଗରମରୁ ରକ୍ଷା କରିବା ବ୍ୟତିତ ବିଭିନ୍ନ ଗମ୍ଭୀର ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରିବ ।

-କଞ୍ଚାଲଙ୍କାରେ ଆଣ୍ଟି ଅକ୍ସିଡେଣ୍ଟ ସହିତ ଡାଏଟ୍ରି ଫାଇବର୍ସ ପ୍ରଚୁର ମାତ୍ରାରେ ରହିଥାଏ । ଏହାଦ୍ବାରା ପାଚନକ୍ରୀୟା ଭଲଭାବେ ହୋଇଥାଏ । କଞ୍ଚାଲଙ୍କା ଖାଇବା ଦ୍ବାରା ଗ୍ୟାସ୍,ବଦହଜମି ଆଦି ରୋଗରୁ ମୁକ୍ତି ମିଳିଥାଏ ।

-କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆ ତତ୍ତ୍ବ ମଧ୍ୟ ରହିଥାଏ । ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆକୁ କଞ୍ଚା ଲଙ୍କା ଖାଇବା ଦ୍ବାରା ନଷ୍ଟ କରାଯାଇପାରିଥାଏ । ଏହା ଖାଇବା ଦ୍ବାରା ଇମ୍ୟୁନ୍ ସିଷ୍ଟମ୍ ଷ୍ଟ୍ରଙ୍ଗ ହୋଇଥାଏ ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

-ରିସର୍ଚ୍ଚ ମୁତାବକ କଞ୍ଚା ଲଙ୍କା ଖାଇବା ଦ୍ବାରା ବ୍ଳଡ୍ ରେ ଗଚ୍ଛିତ ଥିବା ସୁଗାର ଠିକ୍ ରହିଥାଏ । ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିବା ଲୋକ କଞ୍ଚା ଲଙ୍କା ନିୟମିତ ଖାଇବା ଉଚିତ୍ ।

-କଞ୍ଚାଲଙ୍କା ଖାଇବା ଦ୍ବାରା ଭିଟାମିନ୍ ଏ’ର ଲେବଲ୍ ବଢିଥାଏ । ଏହାଦ୍ବାରା ଦୃଷ୍ଟି ଶକ୍ତି ବଢିଥାଏ । ତେବେ ଯେଉଁ ମାନଙ୍କ ପାଟି ଲାଗୁଛି କିମ୍ବା ଯେଉଁମାନେ ରହିରହି କଥା କହିଥାନ୍ତି ତେବେ ଡକ୍ଟର ସେମାନଙ୍କୁ କଞ୍ଚାଲଙ୍କା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − three =