ମୋତେ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି : ଦୂତୀ

ଭୁବନେଶ୍ବର()  ଭୁବନେଶ୍ୱରରେ ଏକ ହୋଟେଲରେ ପ୍ରେସମିଟ୍ କରିଛନ୍ତି ସ୍ପିଂଟର ଦୂତୀ ଚାନ୍ଦ ।ଦୂତୀ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆଉ ଏହି ଚକ୍ରାନ୍ତ ପଛରେ ମୋର ନିଜ ଦିଦି ସରସ୍ୱତୀ ଚାନ୍ଦ ରହିଛନ୍ତି । ଏପରିକି କି ସେ ତାଙ୍କୁ ମାରଧର କରିବା ସହ ମାନସିକ ଅତ୍ୟାଚାର ମଧ୍ୟ ଦେଉଥିଲେ ।

ଦୂତୀ କହିଛନ୍ତି, ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଛନ୍ତି । ତେବେ ଏହାକୁ ପବ୍ଲିକରେ ନକହିବାକୁ ଦିଦି ତାଙ୍କ ସହ ଝଗଡା କରୁଥିଲେ । ଏପରିକି ବାରମ୍ବାର ଧମକ ଦେଉଥିଲେ କି ଯଦି ସେ ଟଙ୍କା ନଦିଅନ୍ତି ତେବେ ଏକଥାକୁ ସେ ଗଣମାଧ୍ୟମରେ ଜଣାଇଦେବେ ଆଉ ତାଙ୍କୁ ବ୍ଲେମ କରିଦେବେ ।

ସେହିଭଳି ଗଣମାଧ୍ୟମ ଉପରେ ବି ପ୍ରଶ୍ନ ଉଠାଇଛନ୍ତି ଦୂତୀ । ମୁଁ ସମଲିଙ୍ଗୀ ସଂପର୍କରେ ଅଛି କି ମୁଁ କାହାକୁ ପସନ୍ଦ କରୁଛି । ଏହା ମୋର ବ୍ୟକ୍ତି ଗତ ଜୀବନ । ହେଲେ କିଛି ଗଣମାଧ୍ୟମ ମୋ ସଂପର୍କକୁ ନେଇ ଅପପ୍ରଚାର କରୁଛନ୍ତି । ଏପିରିକି ମୋ ପାଟନରଙ୍କ ଫଟୋ ଏବଂ ନାଁ ନେଇଛନ୍ତି । ଏବଂ ତାଙ୍କ ଘର ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି । ତେବେ ସେମାନଙ୍କୁ ଏହି ଅଧିକାର କିଏ ଦେଲା, କେଉଁଠୁ ପ୍ରମାଣ ପାଇଲେ ଏବଂ ଏହି ପ୍ରମାଣ ସବୁ ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କହିଛନ୍ତି ଦୂତୀ ଚାନ୍ଦ ।

Share

Leave a Reply

Your email address will not be published. Required fields are marked *

five × 4 =