ହବିବୁରର ଓଡିଶା ସହ ସଂର୍ପକକୁ ନେଇ ଦୀଲ୍ଲି ଯାଇ ଖୋଳତାଡ କରିବ ଏସଆଇଟି

ଭୁବନେଶ୍ୱର : ଆତଙ୍କବାଦୀ ଲିଙ୍କରେ ଏନଆଇଏ ଦ୍ୱାରା ଗିରଫ ହୋଇଥିବା କେନ୍ଦ୍ରାପଡାର ହବିବୁର ରହମାନର ଓଡିଶା ସହ ସଂର୍ପକର ହେବ ଖୋଳତାଡ । ଏଥିପାଇଁ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ର୍ଫୋସ (ଏସଟିଏଫ)ର ଏକ ସ୍ୱତନ୍ତ୍ର ଟିମ ଦୀଲ୍ଲି ଯିବ । କ୍ରାଇମବ୍ରାଂଚ ଡିଆଇଜି ହିମାଂଶୁଲାଲଙ୍କ ନେତୃତ୍ୱରେ ଏହିଟିମ ଏନଆଇଏ ଠାରୁ ଅନୁମତି ନେଇ ହବିବୁରକୁ ପଚରାଉଚରା କରିବ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଶେଖ ଅବଦୁଲ ନଇମର ସହଯୋଗୀ ଭାବେ କାମ କରୁଥିବା ହବିବୁର ଓଡିଶା ସହ କିପରି ଲିଙ୍କ ରଖିଥିଲା ଏନେଇ କ୍ରାଇମବ୍ରାଂଚ ତଥ୍ୟ ସଂଗ୍ରହ କରିବ । ସହଯୋଗୀ ହବିବୁର ନଇମକୁ କିପରି ଭାବରେ ସାହାର୍ଯ୍ୟ କରୁଥିଲା ଏ ବାବଦରେ ଖୋଳତାଡ କରିବ ଏସଆଇଟି । ଆତଙ୍କବାଦୀ ନଇମ କେତେଥର ଓଡିଶା ଆସିଛି ଏବଂ ଏଠାରେ କେଉଁ ଛଦ୍ମନାମରେ ଲୁଚି ରହୁଥିଲା ଏସମସ୍ତ ବିଷୟରେ ଏସଆଇଟି ହବିବୁରକୁ ଜେରା କରିବ ।

Share

Leave a Reply

Your email address will not be published. Required fields are marked *

two × 5 =