ଖାରଚ ହେଲା ୧୦୦% ଭିଭିପ୍ୟାଟ୍ ଗଣତି ଆବେଦନ

ଖାରଚ ହେଲା ୧୦୦% ଇଭିଏମ୍ ଓ ଭିଭିପ୍ୟାଟ୍ ଗଣତି ଆବେଦନ । ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ରା ଏବଂ ଜଷ୍ଟିସ ଏମଆର ଶାହଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଚେନ୍ନାଇର ଏକ ଏନଜିଓ ଟେକ୍ନୋକ୍ରାଫ୍ଟଙ୍କ ପକ୍ଷରୁ ମାମଲାର ଶୀଘ୍ର ଶୁଣାଣି ପାଇଁ ହୋଇଥିବା ଏହି ଆବେଦନକୁ ପ୍ରଥମେ ଶୁଣାଣି ପାଇଁ ମନା କରିଥିଲେ ଖଣ୍ଡପୀଠ। କାରଣ ପୂର୍ବରୁ ୫୦ ପ୍ରତିଶତ ଇଭିଏମ ଓ ଭିଭିପ୍ୟାଟ ସଂକ୍ରାନ୍ତୀୟ ଆବେଦନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଖାରଜ କରି ଦେଇସାରିଛନ୍ତି। ସେ ଦୃଷ୍ଟିରୁ ଏହି ଆବେଦନକୁ ‘ନନସେନ୍ସ’ ବୋଲି ଖଣ୍ଡପୀଠ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × 5 =