ପୁଣି ଏକାଠି ନଜର ଆସିବେ କପିଲ-ସୁନିଲ

କମେଡିୟାନ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପ୍ରାୟ ସମସ୍ତଙ୍କୁ ଜଣା। ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ପ୍ରଭାବ ତାଙ୍କ ଫ୍ୟାନ୍ ଏବଂ ଶୋ ଉପରେ ପଡିଥିଲା। ଏପରିକି ଶୋର ଟିଆରପି କମ ହୋଇଯିବା ପରେ ତାହାକୁ ବନ୍ଦ ମଧ୍ୟ କରିବାକୁ ପଡିଥିଲା। କିନ୍ତୁ ଏବେ ମିଳିଥିବା ଖବର ମୁତାବକ, ପୁଣିଥରେ ଦୁଇ କମେଡିୟାନଙ୍କୁ ଏକା ସାଥିରେ ଗୋଟିଏ ମଞ୍ଚ ଉପରେ ଦେଖିବାକୁ ମିଳିବ। ନିଜ ମଧ୍ୟରେ ଥିବା ଝଗଡ଼ାକୁ ଭୁଲାଇ ଏକା ସାଙ୍ଗରେ ପରଦାରେ ନଜର ଆସିବାକୁ ଯାଉଛନ୍ତି କପିଲ ଏବଂ ସୁନିଲ୍ ।

ସୋନି ଟିଭି ଚ୍ୟାନେଲରେ ଚାଲୁଥିବା କପିଲଶର୍ମା କମେଡି ଶୋରେ ଜୁନ ମାସରେ ସୁନିଲଙ୍କୁ ଦେଖାଯାଇପାରେ। ତେବେ ତାଙ୍କୁ ଶୋରେ କଳାକାର ଭାବେ ନୁହଁ ବରଂ ଅତିଥି ଭାବେ ଦେଖିବାକୁ ମିଳିପାରେ। ସୁପରଷ୍ଟାର ସଲମାନ ଖାନ ଯିଏକି କପିଲଙ୍କ ଶୋର ପ୍ରଡ୍ୟୁସର ମଧ୍ୟ ସେ ତାଙ୍କ ଫିଲ୍ମ ଭାରତର ପ୍ରୋମସନ ପାଇଁ ସୁନିଲଙ୍କ ସହ ଶୋରେ ନଜର ଆସିପାରନ୍ତି ।

Share

Leave a Reply

Your email address will not be published. Required fields are marked *

2 × four =