୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ: ରାଜନାଥ

୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ । ଆଜି ଯାଜପୁର ବରୀରେ ବିଜେପି ପାଇଁ ପ୍ରଚାର କରି ଏହା କହିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆୟୁଷ୍ମନ ଯୋଜନାକୁ ରାଜ୍ୟ ସରକାର କାର୍ୟ୍ୟକାରୀ କରୁନାହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ । ଡବଲ ଇଂଜିନର ନାରା ଦେବା ସହ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଓଡ଼ିଶା ୫ ବର୍ଷରେ ୧ ନମ୍ବର ହେବ ବୋଲି କହିଛନ୍ତି । କେବଳ ବିଜେଡି ନୁହେଁ, କଂଗ୍ରେସ ଉପରେ ବି ବର୍ଷିଥିଲେ ରାଜନାଥ । ଦେଶ କଂଗ୍ରେସ ମୁକ୍ତ ହେଲେ ଗରିବୀ ହଟିବ ବୋଲି ରାଜନାଥ କହିଛନ୍ତି । ବରୀ ଗୋବିନବାଟି ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପାଇଁ ଭୋଟ ମାଗିଥିଲେ ରାଜନାଥ ।

ଭଦ୍ରକ ଚାନ୍ଦବାଲି ଠାରେ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ଅପରାହଣରେ ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକର ନିଗମାନନ୍ଦ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଛନ୍ତି । ଚଳିତ ନିର୍ବାଚନରେ ଏହା ରାଜନାଥଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ।

Share

Leave a Reply

Your email address will not be published. Required fields are marked *

eighteen + six =