ଗୋଟିଏ ଆଇଟମ ସଂଗ ପାଇଁ ୪ କୋଟି

ମୁମ୍ବାଇ ()  ଫିଲ୍ମ ଅପେକ୍ଷା ଆଇଟମ ସଂଗ ଦର୍ଶକ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି । ଅଧିକ ସମୟରେ ଆଇଟମ ସଙ୍ଗ ପାଇଁ ଫିଲ୍ମ ହିଟ ମଧ୍ୟ ହୋଇଥାଏ । ଆଉ କେବେ କେବେ ଫିଲ୍ମ ଧମାଲ ନକଲେ ମଧ୍ୟ ଫିଲ୍ମର ଆଇଟମ୍ ଡାନ୍ସ ସୁପରହିଟ୍ ହୋଇଥାଏ। ତେବେ ବଲିଉଡରେ ସବୁଠୁ ଦାମୀ ଆଇଟମ୍ ଗାର୍ଲ ହୋଉଛନ୍ତି କ୍ୟାଟ୍ରିନା କୈଫ ।

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା ନିଜ ଅଭିନୟଠୁ କମ୍ ଅନ୍ୟାନ୍ୟ ଜିନିଷ ପାଇଁ ହିଟ୍ ହୁଅନ୍ତି। ତାଙ୍କ ଲୁକ୍, ଡାନ୍ସ, ଫିଗର, ଷ୍ଟଣ୍ଟ ବେଶ ଚର୍ଚ୍ଚାରେ ରହେ।କ୍ୟାଟ୍ରିନାଙ୍କ ଗୀତ ଚିକ୍ନୀ ଚମେଲି ଆଜି ମଧ୍ୟ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ମନଲୋଭା ଆଇଟମ୍ ସଂଗ। ଏଥିରେ ସେ ନିଜ ବେଷ୍ଟ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଆଇଟମ୍ ସଂଗ କରିବା ପାଇଁ ସେ ୩-୪ କୋଟି ଚାର୍ଜ କରନ୍ତି।

Share

Leave a Reply

Your email address will not be published. Required fields are marked *

12 − 6 =